ETV Bharat / state

Sambalpur Violence: 'ସ୍ଥିତି ଧିରେ ଧିରେ ସୁଧୁରୁଛି, ଦୋଷୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ'

author img

By

Published : Apr 20, 2023, 4:10 PM IST

Updated : Apr 20, 2023, 8:41 PM IST

ସମ୍ବଲପୁର ହିଂସାକାଣ୍ଡକୁ ନେଇ ଉତ୍ତରାଞ୍ଚଳ RDCଙ୍କ ସମ୍ବଲପୁର ଗସ୍ତ । କହିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁଙ୍କୁ ଗିରଫ । ଅଧିକ ପଢନ୍ତୁ

Etv Bharat
Etv Bharat
ସ୍ଥିତି ଧିରେ ଧିରେ ସୁଧୁରୁଛି

ସମ୍ବଲପୁର: ସହରରେ ସ୍ଥିତି ବର୍ତ୍ତମାନ ଧୀରେ ଧୀରେ ସ୍ବାଭାବିକ ହେବାକୁ ଲାଗିଥିବା ବେଳେ ଆଜି ଉତ୍ତରାଞ୍ଚଳ RDCଙ୍କ ନେତୃତ୍ବରେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି । ସମସ୍ତ ବର୍ଗର ଲୋକମାନେ ମଧ୍ୟ ଏକ ସ୍ବରରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିବା RDC ସୂଚନା ଦେଇଛନ୍ତି । ଆଜି ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଏଯାବତ ୧୦୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ।

ଏହା ସହ ନିଜ ନିଜ ଅଞ୍ଚଳର ସ୍ଥିତି କିପରି ସୁଧୁରିବ ସେ ନେଇ ବୁଦ୍ଧିଜୀବୀମାନଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଥିବା RDC ସୂଚନା ଦେଇଛନ୍ତି । ସମ୍ବଲପୁର ସହରର ପ୍ରତ୍ୟେକଟି ୱାର୍ଡରେ ୩ରୁ ୪ଟି ଲେଖାଏଁ କମିଟି ଗଠନ କରାଯିବା ଓ ନିଜ ନିଜ ଅଞ୍ଚଳର ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ସଚେତନ କରାଯିବ । ନିଜ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଅଥବା କେହି ଏହିଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କଲେ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗକୁ ତୁରନ୍ତ ସୂଚନା ଦେବା ପାଇଁ ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ- ସମ୍ବଲପୁରରେ ଆଉ 48 ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କାମ କରିବ ବ୍ରଡ ବ୍ୟାଣ୍ଡ

ବର୍ତ୍ତମାନ ସହରରେ ଶାନ୍ତି ପ୍ରତିଷ୍ଠାକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ଦୋଷୀଙ୍କୁ ଚିହ୍ନଟ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି RDC କହିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ହେବାକୁ ଥିବା ମୁସଲମାନ ସମ୍ପ୍ରଦାୟର ଇଦ ପର୍ବ ପାଳନ ସମୟରେ ସମ୍ବଲପୁରର ସାଖିପଡ଼ା ସ୍ଥିତ ଇଦଗାହାଠାରେ ସାମୁହିକ ନମାଜ ପାଠ ନକରିବା ନେଇ ମଧ୍ୟ ଆଲୋଚନ ହେଇଥିବା ଜଣାପଡିଛି । ଇଦ ଦିନ ମସଜିଦ ଭିତରେ ନମାଜ ପାଠ ହେବ ବୋଲି ସୂଚନା ମିଳିଛି । ଆଗକୁ ମଧ୍ୟ ଶାନ୍ତି କମିଟିର ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି RDC ।

ସୂଚନା ଥାଉ କି ୧୨ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଜାରି ରହିଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୋଭାଯାତ୍ରାକାରୀଙ୍କ ଉପରେ ପଥରମାଡ଼ ହୋଇଥିଲା । ଏହାପରେ ସମ୍ବଲପୁର ସହରରେ କେତେକ ସ୍ଥାନରେ ୧୪ ତାରିଖ ରାତିରେ ପୋଡାଜଳା ହୋଇଥିଲା । ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ଧାରା ୧୪୪ ଓ ପରେ କର୍ଫ୍ୟୁ ଲାଗୁ କରାଯାଇଛି । ଅନ୍ୟପଟେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା । ତେବେ ଆଜିଠାରୁ ଦିନ ୧୦ ରୁ ଅପରାହ୍ନ ୫ଟା ଯାଏଁ ବ୍ରଡବ୍ୟାଣ୍ଡ ଓ ଲିଜ ଲାଇନ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Apr 20, 2023, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.