ETV Bharat / state

ସମ୍ବଲପୁରରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Feb 7, 2020, 10:16 PM IST

ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଧାୟକ ସୁବ୍ରତ ତରାଇଙ୍କ ନେତୃତ୍ବରେ ଆସିଥିବା ଏହି କମିଟି ସମ୍ବଲପୁର ସର୍କିଟ ହାଉସରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଅଧିକ ଖବର ପଢନ୍ତୁ...

standing_ committee
ସମ୍ବଲପୁରରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ସମ୍ବଲପୁର: ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ସମ୍ବଲପୁର ଗସ୍ତ । ବିଧାୟକ ସୁବ୍ରତ ତରାଇଙ୍କ ନେତୃତ୍ବରେ ଆସିଥିବା ଏହି କମିଟି ସମ୍ବଲପୁର ସର୍କିଟ ହାଉସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛି । ଏହି ବୈଠକରେ ରାଜସ୍ବ, ଶକ୍ତି ଓ ଅବକାରୀ ବିଭାଗର ବିଭିନ୍ନ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି।

ସମ୍ବଲପୁରରେ ହୋଇଥିବା ଏହି ବୈଠକରେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ପିଡ଼ି ଡିଆରଡିଏଙ୍କ ସମେତ ଏହି 3ଟି ବିଭାଗର ବାରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଜମିବାଡ଼ି ସମ୍ବନ୍ଧୀୟ ପଟ୍ଟା ବା କାଗଜପତ୍ର ସାଧାରଣ ଲୋକେ ଅବିଳମ୍ବେ କିପରି ଭାବେ ପାଇ ପାରିବେ ସେନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇଥିଲା । ଏହାସହ ଅଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଗାଁ ଓ ଘରକୁ ବିଜୁଳି କିପରି ଭାବେ ପହଞ୍ଚି ପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି।

ଏହା ସହ ଗ୍ରାହକ ମାନଙ୍କ ବକେୟା ବିଦ୍ୟୁତ ବିଲକୁ ଏକା ଥରକେ ଆଦାୟ କରି କିସ୍ତିରେ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କମିଟି ତରଫରୁ କୁହାଯାଇଛି । ଅନ୍ୟଅଟେ ଜିଲ୍ଲାର ଅବକାରୀ ବିଭାଗର କାର୍ଯ୍ୟ ସନ୍ତୋଷଜନକ ହୋଇଥିଲେ ମଧ୍ୟ ଅଗାମୀ ଦିନରେ ଅବକାରୀ ବିଭାଗର ଥିବା ମାନବସମ୍ବଳ ଜନିତ ଅଭାବର ସମସ୍ୟାକୁ ଦୂର କରିବା ପାଇଁ ବୈଠକରେ କୁହାଯାଇଛି ।

ଏହି ବୈଠକରେ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ନଏକଙ୍କ ସମେତ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ। ହେଲେ ପୂର୍ବତନ ବିଧାୟିକାଙ୍କ ଉପସ୍ଥିତି ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା ।

ତେବେ କମିଟିର ଚେୟାରମ୍ୟାନ ସୁବ୍ରତ ତରାଇ ଏହାର ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ପୂର୍ବତନ ବିଧାୟିକା ଏକ ଅଭିଯୋଗ ନେଇ ଏଠାକୁ ଆସିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟି 10 ର ସମ୍ବଲପୁର ଗସ୍ତ। ଆଜି ଏହି କମିଟି ଅଧ୍ୟକ୍ଷ ବିଧାୟକ ସୁବ୍ରତ ତରାଇ ଙ୍କ ନେତୃତ୍ୱରେ ଆସିଥିବା ଏହି କମିଟି ସମ୍ବଲପୁର ସର୍କିଟ ହାଉସରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରିଛି।ଏହି ବୈଠକରେ ରାଜସ୍ୱ, ଶକ୍ତି ଓ ଅବକାରୀ ବିଭାଗର ବିଭିନ୍ନ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

Body:ସମ୍ବଲପୁର ରେ ହୋଇଥିବା ଏହି ବୈଠକରେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି,ସମ୍ବଲପୁର ଜିଲ୍ଲାପାଳ, ଏସପି,ଉପଜିଲ୍ଲାପାଳ, ପିଡ଼ି ଡିଆରଡିଏ ଙ୍କ ସମେତ ଏହି 3 ଟି ବିଭାଗର ବାରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଏହି ବୈଠକରେ ଜମିବାଡ଼ି ସଂବନ୍ଦୀୟ ପଟ୍ଟା ବା କାଗଜପତ୍ର ସାଧାରଣ ଲୋକେ ଅବିଳମ୍ବେ କିପିରି ଭାବେ ପାଇ ପାରିବେ ସେନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇଥିଲା ।ଏହା ସହ ଅଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଗାଁ ଓ ଘରକୁ ବିଜୁଳି କିପରି ଭାବେ ପହଞ୍ଚି ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହା ସହ ଗ୍ରାହକ ମାନଙ୍କ ବକେୟା ବିଦ୍ୟୁତ ବିଲ କୁ ଏକା ଥରକେ ଆଦାୟ କରି କିସ୍ତିରେ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କମିଟି ତରଫରୁ କୁହାଯାଇଛି।

Conclusion:ଅନ୍ୟଅଟେ ଜିଲ୍ଲାର ଅବକାରୀ ବିଭାଗର କାର୍ଯ୍ୟ ସନ୍ତୋଷ ଜନକ ହୋଇଥିଲେ ମଧ୍ୟ ଅଗାମୀ ଦିନରେ ଅବକାରୀ ବିଭାଗର ଥିବା ମାନବସମ୍ବଲ ଜନିତ ଅଭାବର ସମସ୍ୟା କୁ ଦୂର କରିବା ପାଇଁ ମାନବ ସମ୍ବଳ ର ବୃଦ୍ଧି କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ,କୁଚିଣ୍ଡା ବିଧାୟକ କିଶୋର ନଏକଙ୍କ ସମେତ ସମ୍ବଲପୁର ର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ।ତେବେ ଏହି ବୈଠକରେ ପୂର୍ବତନ ବିଧାୟିକା ଙ୍କ ଉପସ୍ଥିତି ନେଇ ସାମ୍ବାଦିକ ମହଲରେ ଚର୍ଚ୍ଚା ହୋଇଥିଲା।ତେବେ କମିଟିର ଚେୟାରମ୍ୟାନ ସୁବ୍ରତ ତରାଇ ଏହାର ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ପୂର୍ବତନ ବିଧାୟିକା ଏକ ଅଭିଯୋଗ ନେଇ ଏଠାକୁ ଆସିଥିଲେ। ଏହି କଥାକୁ ଅନ୍ୟଥା ନେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ।

ବାଇଟ-1-ସୁବ୍ରତ ତରାଇ, ଚେୟାର ମ୍ୟାନ, ବିଧାନସଭା ଷ୍ଟାଣ୍ଡିଂ କମିଟି-10।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.