ETV Bharat / state

Hanuman Jayanti: ସମ୍ବଲପୁରରେ ବ୍ୟାପକ ବ୍ୟବସ୍ଥା, 30 ପ୍ଲାଟୁନ ପୋଲିସ ମୁତୟନ

author img

By

Published : Apr 14, 2022, 7:56 AM IST

ଆଜି (ଗୁରୁବାର) ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ । ଏହି ଚଳ ଚଞ୍ଚଳ ହୋଇଉଠେ ଗାଁ ଗଣ୍ଡା । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମେ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ସମ୍ବଲପୁର: ଆଜି (ଗୁରୁବାର) ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ । ଏହି ଚଳ ଚଞ୍ଚଳ ହୋଇ ଉଠେ ଗାଁ ଗଣ୍ଡା । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମେ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବୁଧବାର ହନୁମାନ ଜୟନ୍ତୀର ବାଇକ ଶୋଭାଯାତ୍ରା ସମୟରେ କେତେକ ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଯୋଗୁଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହନୁମାନ ଜୟନ୍ତୀ ସମନ୍ମୟ ସମିତି ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଡାକି ଏକ ଶାନ୍ତି କମିଟି ବୈଠକ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉଭୟ ପକ୍ଷରୁ ପ୍ରସ୍ତାବ ଗ୍ରହଣ କରାଯାଇ ହନୁମାନ ଜୟନ୍ତୀକୁ କିପରି ଭାବେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେନେଇ ଆଲୋଚନା ହୋଇଛି ।

ହନୁମାନ ଜୟନ୍ତୀ କିପରି ଭାବେ ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ ପାଳନ ସମୟରେ ଏହାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ସମ୍ବଲପୁର ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ଏଥିପାଇଁ ବୁଧବାର ସମ୍ବଲପୁର DRDA ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ହନୁମାନ ଜୟନ୍ତୀ ସମନ୍ମୟ ସମିତି ଓ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସମ୍ବଲପୁର ଜିଲ୍ଲାପାଳ,ଏସପି, ଉପଜିଲ୍ଲାପାଳ, ଅତିରିକ୍ତ ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଭୟ ପ୍ରକ୍ଷରୁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ସହ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଏସପି କହିଛନ୍ତି । ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ 30 ପ୍ଲାଟୁନ ପୋଲିସ 150 ଜଣ SI ଓ ASI, 32 ଜଣ ଇନ୍ସପେକ୍ଟର, 11 ଜଣ DSP, 2 ଜଣ ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.