ETV Bharat / state

ଏସଏମସି ପକ୍ଷରୁ ବୁଲା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରାସ୍ତାରେ ବୁଲୁଥିବା ଜୀବଜନ୍ତୁଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଦିଆଯାଉଛି । ଅଧିକ ପଢନ୍ତୁ...

author img

By

Published : May 17, 2021, 8:15 PM IST

ଏସଏମସି ପକ୍ଷରୁ ବୁଲା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା
ଏସଏମସି ପକ୍ଷରୁ ବୁଲା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ସମ୍ବଲପୁର: ବର୍ତ୍ତମାନ କୋଭିଡ ଜନିତ ଲକଡାଉନ ଯୋଗୁଁ ରାସ୍ତାରେ ବୁଲାବୁଲି କରୁଥିବା ପଶୁଙ୍କ ପାଇଁ ଖାଦ୍ୟର ଅଭାବ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ନିର୍ଦ୍ଦେଶକ୍ରମେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରାସ୍ତାରେ ବୁଲୁଥିବା ଜୀବଜନ୍ତୁଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଦିଆଯାଉଛି । ବିଶେଷକରି ଗାଈ, ଗୋରୁ, କୁକୁରଙ୍କୁ ସମ୍ବଲପୁର, ହୀରାକୁଦ , ବୁର୍ଲା ଅଞ୍ଚଳରେ ଖାଦ୍ୟ ଯୋଗାଇବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏନେଇ ସମ୍ବଲପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ଏଥିସହ ରାସ୍ତାରେ ବୁଲୁଥିବା ଭିକ୍ଷୁକ ଓ ଅସହାୟ ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇ ବିଭିନ୍ନ ୱାର୍ଡ ପାଇଁ ନିୟୋଜିତ କର୍ମଚାରୀଙ୍କ ଉପସ୍ଥିତିରେ ଦିନକୁ ଦୁଇ ଓଳି ରନ୍ଧାଖାଦ୍ୟ ଖାଦ୍ୟ ଦେବା ପାଇଁ ସୁବିଧା କରାଯାଇଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ସମ୍ବଲପୁରକୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗରୁ ଫେରନ୍ତା ଆସୁଛନ୍ତି । ସେମାନଙ୍କୁ କ୍ଷେତରାଜପୁର ମୁଖ୍ୟ ରେଳଷ୍ଟେସନରୁ ମହାନଗର ନିଗମ ଦ୍ବାରା NSCB କଲେଜ ଠାରେ କରାଯାଇଥିବା କ୍ଳଷ୍ଟର ଲେବଲ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(CTMC)ରେ ରଖାଯାଉଛି । ସେଠି ସେମାନଙ୍କ ପାଇଁ ସବୁପ୍ରକାର ସୁବିଧା କରାଯାଉଛି। ଏପର୍ଯ୍ୟନ୍ତ ୫୧ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସେଠି ରଖାଯାଇସାରିଛି । ଏହାସହ ସପ୍ତାହନ୍ତ ସଟଡାଉନରେ ଶନିବାର ଓ ରବିବାର ସମ୍ବଲପୁର ମହନଗର ନିଗମ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ସହ ଚଢାଉ କରାଯାଇ ଅମାନିଆଙ୍କୁ ତାଗିଦ କରାଯାଉଛି ।

ଏଥିସହ ମହାନଗର ନିଗମ ଅଞ୍ଚଳର ସବୁ ବାସିନ୍ଦାଙ୍କୁ ସରକାରଙ୍କ କୋଭିଡ କଟକଣା ନିୟମ ମାନିବାକୁ ବୁଝାଯାଉଛି ବୋଲି ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.