ସମ୍ବଲପୁର: ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଖେଳିବା ପାଇଁ ଯାଇଥିବା ଜଣେ 6 ବର୍ଷୀୟା ଶିଶୁକନ୍ୟାକୁ ଘରୁ ଡାକିନେଇ ଏକ ନିରୋଳା ସ୍ଥାନରେ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ତୁରନ୍ତ ପୀଡି଼ତା ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ସମ୍ପୃକ୍ତ ନାବାଳକକୁ ଅଟକ ରଖିଥିବା ଜଣାପଡ଼ିଛି ।
ଅଞ୍ଚଳର ଜଣେ 17 ବର୍ଷୀୟ ନାବାଳକ ନାଁରେ ଏହି ଅଭିଯୋଗ ହୋଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ଖେଳିବା ପାଇଁ ପୀଡି଼ତା ଓ ତାଙ୍କର ୮ ବର୍ଷୀୟ ଭାଇଙ୍କୁ ନାବାଳକ ଜଣକ ତାଙ୍କ ଘରୁ ଡାକି ନେଇଥିଲା । ଘରକୁ ଫେରିବା ପରେ ଶିଶୁକନ୍ୟା ଜଣକ କଷ୍ଟ ଅନୁଭବ କରିଥିଲେ ଓ ତାଙ୍କ ମା'ଙ୍କୁ ସମସ୍ତ ଘଟଣା କହିଥିଲେ । ପରିବାର ଲୋକେ ଏ ବିଷୟରେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ତୁରନ୍ତ ପୀଡି଼ତା ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଶିଶୁୱାର୍ଡରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ନାବାଳକକୁ ଅଟକ ରଖିଛି କ୍ଷେତରାଜପୁର ପୋଲିସ । ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ