ETV Bharat / state

ସରିଲା ଦେବ ଦମ୍ପତ୍ତିଙ୍କ ବିବାହ, ମଧ୍ୟରାତ୍ରିରେ ଯୁଗଳ ଦର୍ଶନ

ପଡୁଛି ହୁଳହୁଳୀ, ବାଜୁଛି ରାଜବାଦ୍ୟ । ମଣ୍ଡପରେ ଲାଗିଛି ଗହଳିଚହଳି । ପଣ୍ଡିତଙ୍କ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ସାରା ପରିବେଶ । ଏସବୁ ଭିତରେ ଧୁମଧାମରେ ଶେଷ ହୋଇଛି ସମ୍ବଲପୁର ଶୀତଳ ଷଷ୍ଠୀରେ ଦେବ ଦମ୍ପତିଙ୍କ ବାହାଘର । ଏହି ବିବାହରେ ଦେବତା, ନର, ନାରୀ, କିନ୍ନର, ଗନ୍ଧର୍ବ, ବାନର, ସହ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

author img

By

Published : Jun 8, 2019, 2:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ଧୁମଧାମରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ତେବେ ସମ୍ପୂର୍ଣ୍ଣ ଲୋକାଚାରରେ ଆରଣ୍ୟକ ପଦ୍ଧତି ଅନୁସାରେ ହୋଇଛି ଏହି ବାହାଘର । ଏହି ବିବାହରେ ଦେବତା, ନର, ନାରୀ, କିନ୍ନର, ଗନ୍ଧର୍ବ, ବାନର, ସହ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ତେବେ ଗତକାଲି ବିଲମ୍ବିତ ରାତି ପ୍ରାୟ ୧୨ଟା ସମୟରେ ସମସ୍ତ ଯାତ୍ରା କମିଟି ଭୋଲାନାଥଙ୍କର ଆଳତି କରିବା ପରେ ଆରମ୍ଭ ହୋଇଥିଲା ବରଯାତ୍ରୀ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ସମ୍ବଲପୁର ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବାଙ୍କ ସହ ସମସ୍ତ ଶିବାଳୟରୁ ଭଗବାନ ଶିବ ଶଙ୍କର ବରଯାତ୍ରୀ ଶୋଭାଯାତ୍ରାରେ ବାହାରି କନ୍ୟା ପିତାମାତାଙ୍କ ଘରେ ଆସି ପହଞ୍ଚିଥିଲେ । ସେଠାରେ କନ୍ୟାଘର ପକ୍ଷରୁ ବର ପକ୍ଷକୁ ଭବ୍ୟ ସ୍ଵାଗତ ସର୍ମଦ୍ଧନା କରାଯାଇଥିଲା ।

ବିବାହ ସମୟରେ ସମ୍ବଲପୁର ସହର ଉଠୁଥିଲା ପଡୁଥିଲା । ସମ୍ପୂର୍ଣ୍ଣ ଲୋକାଚାରରେ ବାସୁଦେବ ପଦ୍ଧତିରେ ହୋଇଥିଲା ଏହି ଦେବଦମ୍ପତିଙ୍କ ବାହାଘର । ପ୍ରଥମେ ବାଟବରଣ, କଳସ ଦର୍ଶନ, ଲବଣ ଚାମୁରି, ମହାଆରତି ପରେ ସାଦର ନିମନ୍ତ୍ରଣ କରି ବରକୁ ବେଦିକୁ ନିଆଯାଇଥିଲା ।

ଏହାପରେ ବେଦୀ ପରିକ୍ରମା କରି ଶଢାର୍ଘ୍ୟା କର୍ମ ପରେ ଦ୍ବିତୀୟ ବରଣ, ପରେ ଅଗ୍ନି ସ୍ଥାପନ କଲା ପରେ କନ୍ୟାକୁ ବେଦୀକୁ ଅଣାଯାଇଥିଲା । ପରେପରେ ଲଗ୍ନ ବିଶୁଦ୍ଧି ,ଅଗ୍ନି ସ୍ଥାପନ ଇତ୍ୟାଦି କରି ମହାବାକ୍ୟ ସଂକଳ୍ପରେ ବିବାହ ସମ୍ପନ୍ନ ହୋଇଥିଲା ।

ତେବେ ଆଜି ରାତି ‌୧୧ ସମୟରେ ବାହାରିବ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭଯାତ୍ରା । ଯାହା ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଓ ସଦ୍ଧ୍ୟାରେ ହେବ ମନ୍ଦିର ପ୍ରବେଶ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

SLUG- ସରିଲା ଦେବ ଦମ୍ପତ୍ତି ବାହାଘର । ଆଜି ମଧ୍ୟ ରାତ୍ରିରେ ବାହାରିବେ ଯୁଗଳ ଦର୍ଶନ ଶୋଭାଯାତ୍ରା।।
FORMAT-PKG
REPORTER- Badsah Jusman Rana..
DATE-08:06:2019
PLACE-SAMBALPUR..

ଆଙ୍କର- ସମ୍ପନ୍ନ ହେଲା ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ । ଗତ କାଲି ବିଲମ୍ବିତ ରାତିରେ ପ୍ରାୟ ୧୨ ଟା ସମୟରେ ସମସ୍ତ ଯାତ୍ରା କମିଟି ର ଭୋଲାନାଥଙ୍କ ର ଆଳତି ହେଲା ପରେ ଆରମ୍ଭ ହୋଇଥିଲା ବରଯାତ୍ରୀ ଶୋଭାଯାତ୍ରା । ବର ଯାତ୍ରୀ ଶୋଭା ଯାତ୍ରାରେ ଭଗବାନ ଶଙ୍କର ଦିବ୍ୟ ବିମାନର ରେ ଆରୁଢ଼ ହୋଇ କନ୍ୟା ପିତା ମାତା ଘରେ ପହଚିବା ପରେ ହୋଇଥିଲା ଦେବ ଦମ୍ପତ୍ତି ଙ୍କ ବାହାଘର ।  ଏବେ ଯୁଗଲ ଦର୍ଶନ ଶୋଭାଯାତ୍ରା  କୁ  ଅପେକ୍ଷା ।

ଭିଓ ୧ - ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ଶିବ ବିବାହ ସମ୍ପନ୍ନ ହୋଇଛି । ସମ୍ପୁଣ୍ଣ ଲୋକାଚାର ରେ ଆରଣ୍ୟକ ପଦ୍ଧତି ଅନୁସାରେ ହୋଇଛି ବାହାଘର । ଗତ କାଲି ବିଲମ୍ବିତ ରାତ୍ରିରେ ସମ୍ବଲପୁର ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବା , ନନ୍ଦପଡାର ଵଂ ବରାଡ଼ ବାଲୁଙ୍କେଶ୍ଵର ବାବା ଓ ବଡବଜାର ଶୀତଳେଶ୍ବର ବାବା ଙ୍କ ସହ ସମସ୍ତ ଶିବାଲୟରୁ ଭଗବାନ ଶିବ ଶଙ୍କର ବରଯାତ୍ରି ଶୋଭା ଯାତ୍ରାରେ ବାହାରି କନ୍ୟା ପିତାମାତାଙ୍କ ଘରକୁ ପହଂଚି ଥିଲେ । ବରଯାତ୍ରୀ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ ଦେବତା, ନର, ନାରୀ, କିନ୍ନର, ଗନ୍ଧର୍ବ, ବାନର, ସହ ହଜାର ହଜାର ଲୋକ କଲାକାର ।ସମ୍ବଲପୁର ର ସହର ଉତ୍ସବ ମୁଖରିତ ହୋଇଥିଲା ଏହି କଳାକାର ଙ୍କ କଳା ପରିବେଷଣ ରେ । ଶେଷରେ ଆଧ୍ୟତ୍ମିକ ପରିବେଶ ଭିତରେ ଭଗବାନ ଶିବ ଶଙ୍କର ପହଚି ଥିଲେ କନ୍ୟା ପିତା  ମାତାଙ୍କ ଘରକୁ  ।  ସେଠାରେ କନ୍ୟା ପକ୍ଷରୁ ବର ପକ୍ଷ କୁ ଭବ୍ୟ ସ୍ଵାଗତ ସର୍ମଦ୍ଧନ କରିଥିଲେ । 

ବାଇଟ ୧ - ଅମିୟ ମୁଣ୍ତ,  ଝାଡୁଆପଡା କନ୍ୟା ପିତା ।
ବାଇଟ  ୨- ସମିତା ମୁଣ୍ତ,  ଝାଡୁଆପଡା କନ୍ୟା ମାତା ।
 
ଭିଓ ୨ - ଏହା ପରେ ଆରମ୍ଭ ହୋଇଥିଲା ଦେବଦମ୍ପତ୍ତି ଙ୍କ ବାହାଘର ।ସମ୍ପୂର୍ଣ୍ଣ ଲୋକାଚାର ରେ ବାସୁ ଦେବ ପଦ୍ଧତିରେ ହୋଇଥିଲା ବାହାଘର ।ପ୍ରଥମେ ବାଟବରଣ , କଲସ ଦର୍ଶନ, ଲବଣ ଚାମୁରି , ମହାଆରତି  ପରେ ସାଦର ନିମନ୍ତ୍ରଣ କରି ବର କୁ ବେଦି କୁ ଅଣାଯାଇଥିଲା । ଏହା ପରେ ବେଦୀ ପରିକ୍ରମା କରି ଶଢାର୍ଘ୍ୟା କର୍ମ ପରେ ଦ୍ବିତୀୟ ବରଣ , ପରେ ଅଗ୍ନି ସ୍ଥାପନ କଲା  ପରେ କନ୍ୟାକୁ ବେଦି କୁ ଅଣାଯାଇଥିଲା । ପରେ ପରେ ଲଗ୍ନ ବିଶୁଦ୍ଧି , ଅଗ୍ନି ସ୍ଥାପନ ଇତ୍ୟାଦି କରି ମହାବାକ୍ୟ ସକଲ୍ପରେ ବିବାହ ସମ୍ପନ୍ନ ହୋଇଥିଲା । 

ବାଇଟ ୩- ରାଜେଶ ବହିଦାର,ମୁଦିପଡା କନ୍ୟାପିତା ।
ବାଇଟ ୪ - ଜାଗୃତି ବହିଦାର, ମୁଦିପଡା କନ୍ୟାମାତା ।
ବାଇଟ ୫ -ପଣ୍ତିତ କୁଷ୍ଣଚନ୍ଦ୍ର ପାଣିଗ୍ରାହୀ, ପୂଜକ,ମୁଦିପଡା ଶୀତଲଷଷ୍ଠୀ।
ଫାଭିଓ - ଆଜି ରାତି ‌୧୧  
ସମୟରେ ବାହାରିବ ଦେବ ଦମ୍ପତ୍ତି ଙ୍କ ଯୁଗଳ ଦର୍ଶନ ଶୋଭ ଯାତ୍ରା । ଯାହା ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ଚାଳିବ  ଓ ସଦ୍ଧ୍ୟାରେ ହେବ ମନ୍ଦିର ପ୍ରବେଶ ।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.