ETV Bharat / state

ରାହା ଦେଖାଇଲା ମିଶନ ଶକ୍ତି: କୁକୁଡ଼ା ଚାଷରୁ ସ୍ୱାବଲମ୍ବୀ ହୋଇଛନ୍ତି ଦିନ ମଜୁରିଆ ମହିଳା

author img

By

Published : Apr 6, 2022, 4:37 PM IST

ଦିନ ଥିଲା ଦୁଇମୁଠା ଖାଇବା ପାଇଁ ଅନ୍ୟତ୍ର ମଜୁରି ଲାଗୁଥିଲେ । ଏବେ କିନ୍ତୁ ଘରେ ରହି ସମ୍ମାନର ସହ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଉ ପରିବାରର ଆବଶ୍ୟକତା ପୂରଣ କରିଛନ୍ତି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର କବରାପାଲି ପଞ୍ଚାୟତର ପୁଡାପଡା ଗାଁର ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ କଥା । ଅଧିକ ପଢନ୍ତୁ

କୁକୁଡ଼ା ଚାଷରୁ ସ୍ୱାବଲମୀ ହେଲେ ଦିନ ମଜୁରିଆ ମହିଳା

ସମ୍ବଲପୁର: ଦିନ ଥିଲା ଦୁଇମୁଠା ଖାଇବା ପାଇଁ ଅନ୍ୟତ୍ର ମଜୁରୀ ଲାଗୁଥିଲେ । ଏବେ କିନ୍ତୁ ଘରେ ରହି ସମ୍ମାନର ସହ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଉ ପରିବାରର ଆବଶ୍ୟକତା ପୂରଣ କରିଛନ୍ତି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର କବରାପାଲି ପଞ୍ଚାୟତର ପୁଡାପଡା ଗାଁର ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ କଥା । 2 ବର୍ଷ ପୂର୍ବରୁ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅନ୍ୟ ଲୋକଙ୍କ ବିଲରେ ଖଟି ରୋଜଗାର କରୁଥିଲେ । କୋଭିଡ କାଳରେ ସବୁ କିଛି ବନ୍ଦ ହୋଇଯିବା ପରେ ଏମାନଙ୍କ ପରିବାର ଚଲେଇବା କଷ୍ଟକର ହୋଇପଡିଥିଲା । ଜଟିଳ ହୋଇଥିଲା ଜୀବନ । ତେବେ ସରକାରଙ୍କ କୋଭିଡ ସମୟର ଏକ ଯୋଜନାରେ ପଶୁ ସମ୍ପଦ ବିଭାଗରରୁ ଆର୍ଥିକ ପ୍ରୋତ୍ସାହନ ପାଇ କେବଳ ଯେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇଛନ୍ତି ତାହା ନୁହେଁ ଏହି ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଛନ୍ତି ।

ରାହା ଦେଖାଇଲା ମିଶନ ଶକ୍ତି, କୁକୁଡ଼ା ଚାଷରୁ ସ୍ୱାବଲମୀ ହୋଇଛନ୍ତି ଦିନ ମଜୁରିଆ ମହିଳା

ଜିଲ୍ଲା ଯୁଜୁମୁରା ବ୍ଲକର କବରାପାଲି ପଞ୍ଚାୟତର ପୁଡାପଡା ଗାଁର ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ମହିଳାମାନେ ଏବେ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ଏକ ସ୍ୱୟଂ ସହାୟକ ଗୋଷ୍ଠୀ କରି ଏହି ମହିଳାମାନେ ଏବେ ମିଶନ ଶକ୍ତି ସ୍କିମରେ ପଶୁ ସମ୍ପଦ ବିଭାଗରୁ ଆର୍ଥିକ ସହାୟତା ନେବା ସହ ତାଲିମ ନେଇ ସଫଳତାର ସହ ଏକ କୁକୁଡ଼ା ଫାର୍ମ ଚଳାଉଛନ୍ତି । ଆଉ ଏହି ଫାର୍ମରୁ ହେଉଥିବା ରୋଜଗାରରେ ଘର ଚଳାଉଛନ୍ତି । ତେବେ ପୂର୍ବରୁ ଏମାନେ ଥିଲେ ଦିନ ମଜୁରିଆ । ଅନ୍ୟଙ୍କ ବିଲ ବାଡ଼ିରେ କାର୍ଯ୍ୟକରି ଘର ଚଳାଉଥିଲେ। ତେବେ କୋଭିଡ କାଳରେ ସବୁ ବନ୍ଦ ହୋଇଯିବା ପରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରି ସମ୍ବଲପୁର CDVOଙ୍କୁ ଯୋଗାଯୋଗ କରି ଆର୍ଥିକ ସହାୟତା ପାଇ ନିଜେ ଏକ କୁକୁଡ଼ା ଫାର୍ମ ବ୍ୟବସାୟ ଆରମ୍ଭ କରିଥିଲେ । ଘର ତିଆରି କରି କୁକୁଡ଼ା ପାଳନ କରିଥିଲେ। ଏଥିପାଇଁ ସେମାନଙ୍କୁ ବିଭାଗୀୟ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା। ଆଉ ବର୍ତ୍ତମାନ ସେମାନେ ସମ୍ମାନର ସହ ରୋଜଗାର କରି ପରିବାର ଚଳାଉଛନ୍ତି ।

ଅନ୍ୟପଟେ ସମ୍ବଲପୁର CDVO କହିଛନ୍ତି ଯେ କୋଭିଡ ସମୟରେ ସବୁ କ୍ଷେତ୍ରରେ ଆର୍ଥିକ ଅବନତି ହୋଇଥିଲା । ଏମିତି ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି। ବ୍ରଏଲର ଚାଷ ପାଇଁ ଜିଲ୍ଲାର 70 ଟି ୟୁନିଟକୁ 1,77,500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଲେୟର ଫାର୍ମିଙ୍ଗ ଇନ କେଜ ସିଷ୍ଟମ ସ୍କିମ ରେ ଜିଲ୍ଲାର 14 ଟି ୟୁନିଟକୁ 7,59,200 ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ରୁରାଲ ପକେଟ ପଲ୍ୟୁଟାରୀ ଡେଭେଲପମେଣ୍ଟ ସ୍କିମ ରେ 203 ଚାଷୀଙ୍କୁ ଶତ ପ୍ରତିଶତ ଛାଡ଼ରେ 3750 ଟଙ୍କାର 50ଟି ଲେଖାଏଁ କୁକୁଡ଼ା ପ୍ରଦାନ କରାଯାଇଛି । ଏହିଭଳି ଭାବରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଛି ବୋଲି CDVO ସୂଚନା ଦେଇଛନ୍ତି । ସମ୍ବଲପୁର ଜିଲ୍ଲାର ପୁଡାପଡା ଗାଁର ଏହି ମହିଳାମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଏବେ ଘର ପରିବାର ଚଲେଇବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.