ସମ୍ବଲପୁର: ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ଭତରା ଗାଁରେ ସେକ୍ସ ରାକେଟ ଠାବ ହୋଇଛି । ରବିବାର ଅପରାହ୍ନରେ ସମ୍ବଲପୁର ଧନୁପାଲି ପୋଲିସର ଏକ ଟିମ ଭତରା ଗାଁରେ ଥିବା ଏକ ଘରେ ଚଢ଼ାଉ କରି ଏହି ରାକେଟ ଠାବ କରିଛି ।
ଦୀର୍ଘ ଦିନ ହେବ ଏହି ଘରେ ସେକ୍ସ ରାକେଟ ଚାଲୁଥିବା ଜଣାପଡିଛି । ଚଢାଉ କରି ପୋଲିସ 3 ଜଣ ଗ୍ରାହକଙ୍କୁ ଗିରଫ କରିବା ସହ 3 ଯୁବତୀ ଓ ଜଣେ ମହିଳାଙ୍କୁ ଉଦ୍ଧାର କରିଛି । ଚଢାଉ ବେଳେ ଏହି ଘରେ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ତେବେ ଘଟଣାକୁ ନେଇ ଅଧିକ ତଥ୍ୟ ଜାଣିବାକୁ ଧନୁପାଲି ପୋଲିସ ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ