ETV Bharat / state

ତୀରନ୍ଦାଜରେ 100ରୁ ଊର୍ଦ୍ଧ୍ୱଙ୍କୁ ତାଲିମ ଦେଇ ଚର୍ଚ୍ଚାରେ ରାତ୍ର ଜଗୁଆଳୀ ମିତ୍ରଭାନୁ

author img

By

Published : Jul 2, 2020, 10:06 PM IST

ପେଶା ରାତ୍ର ଜଗୁଆଳୀ, ନିଶା ତୀରନ୍ଦାଜ । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ସମ୍ବଲପୁର ଯୁଜୁମୁରାର ମିତ୍ରଭାନୁ ମହାପାତ୍ର । ଦେଖନ୍ତୁ ରିପୋର୍ଟ...

ପେଶାରେ ଜଗୁଆଳୀ, ନିଶାରେ ତାଙ୍କର ତୀରନ୍ଦାଜୀ ଶିକ୍ଷା

ସମ୍ବଲପୁର: ପେଶା ରାତ୍ର ଜଗୁଆଳୀ, ନିଶା ତୀରନ୍ଦାଜ । ଜଣେ ଜଗୁଆଳି ହେଇ ମଧ୍ୟ ସୃଷ୍ଟି କରିଛନ୍ତି ରାଜ୍ୟ ତଥା ଜାତୀୟ ସ୍ତରର ତୀରନ୍ଦାଜଙ୍କୁ । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଯୁଜୁମୁରାର ମିତ୍ରଭାନୁ ମହାପାତ୍ରଙ୍କ କଥା । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ମିତ୍ରଭାନୁ ମହାପାତ୍ର ।

ପ୍ରତ୍ୟେକ ଦିନ ସକାଳ 6ଟାରୁ 7ଟା ପର୍ଯ୍ୟନ୍ତ ବ୍ୟାୟାମ ପରେ ତୀରନ୍ଦାଜ ତାଲିମ ନିଅନ୍ତି ଇଚ୍ଛୁକ ଛାତ୍ରଛାତ୍ରୀ । ଧନୁ ଧରିବା, ଲକ୍ଷ୍ୟ ସାଧନ, ତୀର ଚଳାଇବାର କୌଶଳ ଆଦି ଟିକିନିକିର ତାଲିମ ଦିଅନ୍ତି ମିତ୍ରଭାନୁ । ବିଶେଷ କରି ଆଦିବାସୀ ତୀରନ୍ଦାଜମାନେ ଏଠାରେ ତାଲିମ ନେଉଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି ।

ତାଲିମ ଦେଉଥିବା ମିତ୍ରଭାନୁ ତୀରନ୍ଦାଜର କୌଣସି ପେଶାଦାର ଟ୍ରେନିଂ ନେଇ ନାହାଁନ୍ତି । ଛୋଟବେଳୁ ସ୍ଥାନୀୟ ଅଞ୍ଚଳର ନିମାଇଁ ଚରଣ ବୁଡେକ ନାମକ ଜଣେ ଆଦିବାସୀ ଗୁରୁଙ୍କଠାରୁ ସେ ଶିକାରୀ ଧନୁରେ ଏହି ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ସେ ସମୟରେ ତାଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ତାଙ୍କୁ କୌଣସି ମଞ୍ଚ ମିଳିନଥିଲା । ସେପଟେ ତାଙ୍କ ଗୁରୁଙ୍କର ଦେହାନ୍ତ ହୋଇଯାଇଥିଲା । ହେଲେ ମୃତ୍ୟୁ ପୂର୍ବରୁ ତୀରନ୍ଦାଜ ପରମ୍ପରାକୁ ବଜାୟ ରଖିବାକୁ ତାଙ୍କୁ କହିଥିଲେ ।

ପରେ ସେ ଗୁରୁଙ୍କ କଥା ରଖି ପାଖାପାଖି 10 ବର୍ଷ ହେବ ସେ 100ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ପାଖରେ 25 ଜଣ ତୀରନ୍ଦାଜ ତାଲିମ ନେଉଥିବାବେଳେ ଲକ୍‌ଡାଉନ୍‌ ଲାଗି ମାତ୍ର 5 ଜଣ ଏବେ ପ୍ରଶିକ୍ଷଣ ନେଉଛନ୍ତି ।

ଏଠାରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଆଗକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ଯଶ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଅଧିକ ସରକାରୀ ପ୍ରୋତ୍ସାହନ ମିଳିଲେ ଏଠାରୁ ବି ଅଧିକ ଅନ୍ତର୍ଜାତୀୟ ସ୍ତରର ତୀରନ୍ଦାଜ ବାହାରି ପାରନ୍ତେ ବୋଲି କୁହାଯାଉଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.