ETV Bharat / state

ସମ୍ବଲପୁରରେ ୨ଟି ଭୋଟ୍‌ରେ ଜିତି ଚର୍ଚ୍ଚାରେ ସରପଞ୍ଚ

author img

By

Published : Mar 1, 2022, 10:30 PM IST

ସମ୍ବଲପୁର ଯୁଜୁମୁରା ବ୍ଲକର ଝାଙ୍କରପାଲି ପଞ୍ଚାୟତର ନିରଞ୍ଜନ ପଣ୍ଡା। ସେ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ମାତ୍ର 2 ଟି ଭୋଟରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ବିଜୟୀ ହୋଇଛନ୍ତି। ଅଧିକ ପଢନ୍ତୁ

_sarpanch candidate won by two votes at sambalpur
ସମ୍ବଲପୁରରେ ୨ଟି ଭୋଟ୍‌ରେ ଜିତି ଚର୍ଚ୍ଚାରେ ସରପଞ୍ଚ

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ନିର୍ବାଚନୀ ଉଷ୍ମତା ଏବେ ଅନୁଭୂତ ହେଉ ନାହିଁ। ତେବେ ନିର୍ବାଚନ ପରେ ଏବେ ବି ଏମିତି କିଛି ଖବର ଲୋକ ଲୋଚନକୁ ଆସୁଛି ଯାହା ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହେଉଛି। ଯେମିତି କି ସମ୍ବଲପୁରର ଜଣେ ସରପଞ୍ଚ ପ୍ରାର୍ଥୀ ମାତ୍ର 2 ଟି ଭୋଟରେ ବିଜୟୀ ହୋଇଛନ୍ତି ।

ସମ୍ବଲପୁର ଯୁଜୁମୁରା ବ୍ଲକର ଝାଙ୍କରପାଲି ପଞ୍ଚାୟତର ନିରଞ୍ଜନ ପଣ୍ଡା। ସେ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ମାତ୍ର 2 ଟି ଭୋଟରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ବିଜୟୀ ହୋଇଛନ୍ତି। ଏଥିପାଇଁ ଏବେ ସେ ବହୁତ ଖୁସି।ତେବେ ଏଥର କଡା ଟକ୍କର ହୋଇଥିଲା ବୋଲି ସେ କହିଛନ୍ତି । ବିଜୟ ଓ ପରାଜୟ ମଧ୍ୟରେ ବ୍ୟବଧାନ ମାତ୍ର 2ଟି ଭୋଟ୍‌ ।

ତେଣୁ ଗଣତି ସମୟରେ ହୃଦସ୍ପନ୍ଦନ ବଢି ଯାଇଥିଲା ବୋଲି ସେ କୁହନ୍ତି। ଏହି ଗ୍ରାମ ପଞ୍ଚାୟତରେ 13 ଟି ୱାର୍ଡ ଥିବା ବେଳେ ଭୋଟର ସଂଖ୍ୟା 4300। ନିରଞ୍ଜନ 879 ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଯତୀନ କୁମାର ବାରିକ ପାଇଥିଲେ 877 ଭୋଟ। ଏହି ନିର୍ବାଚନରେ ମୋଟ 7 ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଥିଲେ । ବର୍ତ୍ତମାନ 2 ଟି ଭୋଟରେ ବିଜୟୀ ହୋଇଥିବା ଏହି ସରପଞ୍ଚଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁସମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.