ETV Bharat / state

Sambalpur Violence: ବାହାର ଲୋକଙ୍କୁ ଜିଲ୍ଲାରେ ପ୍ରବେଶ ମନା, ସକାଳ 7ରୁ ସନ୍ଧ୍ୟା 6 କର୍ଫ୍ୟୁ କୋହଳ - ସମ୍ବଲପୁର ସହର କର୍ଫ୍ୟୁ ଲଗାଇଛି ଜିଲ୍ଲା ପ୍ରଶାସନ

ହନୁମାନ ଜୟନ୍ତୀ ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସବୁ ସମ୍ପ୍ରଦାୟର ଲୋକଙ୍କୁ ଡାକି ଶାନ୍ତି କମିଟି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

santi committi meeting
santi committi meeting
author img

By

Published : Apr 18, 2023, 7:56 PM IST

Updated : Apr 18, 2023, 8:30 PM IST

santi committi meeting

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ଘଟଣା । ଏନେଇ ଶାନ୍ତି ଫେରାଇବାକୁ ବସିଛି ଶାନ୍ତି କମିଟି ବୈଠକ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସବୁ ସମ୍ପ୍ରଦାୟର ଲୋକଙ୍କୁ ଡାକି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମ୍ବଲପୁର ଏସପି ବତୁଲା ଗଙ୍ଗାଧରଙ୍କ ସହ ବିଭିନ୍ନ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ l ନିଜ ନିଜ ଅଞ୍ଚଳରେ ଶାନ୍ତି କେମିତି ଫେରିବ ସେନେଇ ସ୍ଥନୀୟ ଲୋକଙ୍କୁ ବୁଝାଇବା ପାଇଁ ଜିଲ୍ଲାପାଳ ଅପିଲ କରିଥିଲେ।

ଅନ୍ୟପଟେ ଆଜିଠୁ କର୍ଫ୍ୟୁ ର କୋହଳ ସମୟରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି l ଆଜିଠାରୁ ସକାଳ 7 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ l ତେବେ ଇଣ୍ଟରନେଟ ସେବା ଆଉ କେତେଦିନ ଧରି ବନ୍ଦ ରହିବ ତାହା ସ୍ପଷ୍ଟ ହୋଇ ନାହିଁ l ଅନ୍ୟପଟେ ଆଜିଠୁ ବାହାର ଜିଲ୍ଲା ର ଲୋକ ସମ୍ବଲପୁର ଆସିବାକୁ ହେଲେ ଜିଲ୍ଲା ପ୍ରଶାସନ ର ଅନୁମତି ନେବାକୁ ପଡିବ ଓ ସମ୍ବଲପୁର ଜିଲ୍ଲା ଭିତରେ ଜିଲ୍ଲା ପ୍ରଶାସନ ର ବିନା ଅନୁମତି ରେ କୌଣସି ରାଜନୈତିକ, ସାମାଜିକ କି ଧାର୍ମିକ ଶୋଭାଯାତ୍ରା କି ସମାବେଶ ଅଥବା ବୈଠକ ହୋଇ ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି l

ପ୍ରକାଶ ଥାଉକି, ହନୁମାନ ଜୟନ୍ତୀ ପାଳନ ସମୟରେ ପଥର ମାଡ଼ ଓ ଜଳାପୋଡ଼ା ହେବା ହେବା ପରେ ସମ୍ବଲପୁର ସହର କର୍ଫ୍ୟୁ ଲଗାଇଛି ଜିଲ୍ଲା ପ୍ରଶାସନ l ଅନ୍ୟପଟେ ଇଣ୍ଟରନେଟ ସେବାକୁ ଆହୁରି 24 ଘଣ୍ଟା ପାଇଁ ବନ୍ଦ କରାଯାଇଛି l ଆନ୍ତାକାଲି ଦିନ 10 ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଫେସବୁକ, ଟ୍ବିଟର, ହ୍ବାଟ୍ସଆପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଗତକାଲି 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ତାହା ଆଜି ଶେଷ ହେବାକୁ ଥିଲା। ଏହା ପୂର୍ବରୁ ପୁଣି ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସେବାରୁ ବନ୍ଦ କରାଯାଇଛି।

ତେବେ ଗତ 14 ତାରିଖ ଦିନ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିଲା । ଏହି ସମୟରେ ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିଲା । ତେଣୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପର ଦିନ ଜିଲ୍ଲାର ସମ୍ବଲପୁର ଟାଉନ ଥାନା, ଅଇଁଠା ପାଲି, ଧନୁପାଲି ଥାନା, କ୍ଷେତରାଜପୁର ଥାନା ସଦର ଥାନା ଓ ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଯାହା ଏବେ ବି ବଳବତ୍ତର ରହିଥିବା ବେଳେ ସାମାନ୍ୟ କୋହଳ କରାଯାଇଛି । ସେପଟେ ହିଂସାକାଣ୍ଡ ଘଟଣାରେ ଗତକାଲି ଆଉ 6 ଜଣଙ୍କୁ ଗିରଫ କରାଯିବା ପରେ ଗିରଫଜାରି ସଂଖ୍ୟା 85କୁ ବୃଦ୍ଧି ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Apr 18, 2023, 8:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.