ETV Bharat / state

ଡିଜିଟାଲ ପ୍ଲାଟଫର୍ମରେ 'ସମ୍ବଲପୁରୀ ଦିନ' ପାଳିଲେ ସହରବାସୀ - sambalpur latest news

ଜିଲ୍ଲାରେ କୋଭିଡ କଟକଣା ଯୋଗୁଁ ଲୋକମାନେ ପଶ୍ଚିମ ଓଡିଶାରେ ଡିଜିଟାଲ ପ୍ଲାଟଫର୍ମରେ ଘରେ ରହି ଏ ବର୍ଷ 'ସମ୍ବଲପୁରୀ ଦିନ'କୁ ପାଳନ କରିଛନ୍ତି । ନୃତ୍ୟ ଗୀତ, ଖାଦ୍ୟପେୟରେ ଉଛୁଳି ଉଠୁଥିବା ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ଓଡିଶାରେ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଡିଜିଟାଲ ପ୍ଲାଟଫର୍ମରେ 'ସମ୍ବଲପୁରୀ ଦିନ' ପାଳିଲେ ସହରବାସୀ

author img

By

Published : Aug 1, 2020, 8:08 PM IST

ସମ୍ବଲପୁର: ହର୍ଷ ଉଲ୍ଲାସରେ ହେଲେ ମଧ୍ୟ ନିରାଡ଼ମ୍ବର ଭାବେ ସମଗ୍ର ପଶ୍ଚିମ ଓଡିଶା ପାଳିଲା 'ସମ୍ବଲପୁରୀ ଦିନ'। 2013 ମସିହା ପରଠାରୁ ପ୍ରତିବର୍ଷ ଅଗଷ୍ଟ 1 ରେ 'ସମ୍ବଲପୁରୀ ଦିନ' ପାଳନ କରାଯାଉଛି ।

ଡିଜିଟାଲ ପ୍ଲାଟଫର୍ମରେ 'ସମ୍ବଲପୁରୀ ଦିନ' ପାଳିଲେ ସହରବାସୀ

ସମ୍ବଲପୁରର ସମ୍ବଲପୁରୀ ଭାଷାର ବରିଷ୍ଠ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଏ । ଏହି ଦିନର ବିଶେଷତ୍ବ ହେଉଛି ଦିନଟିଏ କେବଳ ସମ୍ବଲପୁରୀ ହୋଇଥାଏ । ବେଶ ପୋଷାକ ସମ୍ବଲପୁରୀ, ଖାଦ୍ୟପେୟ ସମ୍ବଲପୁରୀ, କଥା, ଗୀତ ସମ୍ବଲପୁରୀ ଏପରିକି ସମସ୍ତ କାର୍ଯ୍ୟକ୍ରମ ସମ୍ବଲପୁରୀ ହୋଇଥାଏ ।ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାନଯାଇ ଘରେ ଘରେ ଅନଲାଇନ ମାଧ୍ୟମରେ ପାଳନ କରାଯାଇଛି ।

ଜିଲ୍ଲାରେ କୋଭିଡ କଟକଣା ଯୋଗୁଁ ଲୋକମାନେ ଡିଜିଟାଲ ପ୍ଲାଟଫର୍ମରେ ଘରେ ଥାଇ ଏ ବର୍ଷ ସମ୍ବଲପୁରୀ ଦିନ କୁ ପାଳନ କରିଛନ୍ତି ।ସାରା ପଶ୍ଚିମ ଓଡିଶାରେ ନୃତ୍ୟ ଗୀତ, ଖାଦ୍ୟପେୟରେ ଉଛୁଳି ଉଠୁଥିବା ଏହି କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏହି ସ୍ବତନ୍ତ୍ର ଦିନର ଅଭିନନ୍ଦନ ଜଣାଇଛନ୍ତି ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.