ସମ୍ବଲପୁର: ଆଲୋକର ପର୍ବ ଦୀପାବଳିକୁ ନେଇ ପୁରପଲ୍ଲୀ ଉତ୍ସବମୁଖର । ଏଭଳି ସ୍ଥିତିରେ ସମ୍ବଲପୁରର ଯୁବଗୋଷ୍ଠୀ ନିଆରା ଉପାୟରେ ପାଳନ କରିଛନ୍ତି ଏହି ପର୍ବ । ସ୍ୱାଭିମାନ ସମ୍ବଲପୁର ସଂଗଠନର ଏହି ଯୁବକମାନେ ବାଣ ଫୁଟାଇବା ପରିବର୍ତ୍ତେ ଅସହାୟ ଶିଶୁଙ୍କ ମୁହଁରେ ଟିକିଏ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ଗୋବିନ୍ଦତୋଳାର ଆନନ୍ଦ ମାର୍ଗ ଗୁରୁକୁଳ ଛାତ୍ର ନିବାଶ ଆଶ୍ରମରେ ଥିବା ପିଲାଙ୍କ ସହ ଏଭଳି ଦୀପାବଳି ପାଳିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନର ଯୁବକ।
![ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ](https://etvbharatimages.akamaized.net/etvbharat/prod-images/od-sam-02-unique-dewali-of-youth-avb-7202776_04112021175210_0411f_1636028530_632.jpg)
![ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ](https://etvbharatimages.akamaized.net/etvbharat/prod-images/od-sam-02-unique-dewali-of-youth-avb-7202776_04112021175210_0411f_1636028530_834.jpg)
ଏହି କାର୍ଯ୍ୟକ୍ରମକୁ ଉପଭୋଗ କରି ଖୁସି ଜାହିର କରିଛନ୍ତି ଆଶ୍ରମର ଅନ୍ତେବାସୀ । ପର୍ବପର୍ବାଣୀରେ ପରିବାର ବିନା ନିଜକୁ ଏମାନେ ଅସହାୟ ନମଣନ୍ତି ତାହାକୁ ନେଇ ଚେଷ୍ଟା କରିଥିଲା ଏହି ଯୁବଗୋଷ୍ଠୀ । ଆୟୋଜିତ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପିଲାମାନଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ ସ୍ୱାଭିମାନ ସମ୍ବଲପୁରର ଏହି ଯୁବଗୋଷ୍ଠୀ ।
![ଦୀପାବଳିରେ ବାଣ ନୁହେଁ, ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର ସଂଗଠନ](https://etvbharatimages.akamaized.net/etvbharat/prod-images/od-sam-02-unique-dewali-of-youth-avb-7202776_04112021175210_0411f_1636028530_417.jpg)