ETV Bharat / state

ମେଡିକାଲ ପାଠ୍ୟକ୍ରମକୁ ନେଇ ଫିଜିକ୍ସ ଛାତ୍ରଛାତ୍ରୀଙ୍କ ଅନଶନ, ପୋଲିସ ଶହ ଧସ୍ତାଧସ୍ତି - ସମ୍ବଲପୁର ବିଶ୍ଵବିଦ୍ୟାଳୟ ଖବର

ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ମେଡ଼ିକାଲ ଫିଜିକ୍ସ ପାଠ୍ୟକ୍ରମ ନେଇ ଦେଖାଯାଇଛି ଛାତ୍ର ଅଶାନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀ ଅନଶନରେ ବସିଛନ୍ତି । ପୋଲିସ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା ବେଳେ ଜଣେ ଛାତ୍ର ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

sambalpur-university-physics-student-strike
ମେଡିକାଲ ପାଠ୍ୟକ୍ରମକୁ ନେଇ ଫିଜିକ୍ସ ଛାତ୍ରଛାତ୍ରୀ ଅନଶନ, ପୋଲିସ ଶହ ଧସ୍ତାଧସ୍ତି
author img

By

Published : Feb 15, 2020, 10:01 AM IST

ସମ୍ବଲପୁର: ବିଶ୍ଵବିଦ୍ୟାଳୟରେ ଦେଖାଯାଇଛି ଛାତ୍ର ଅଶାନ୍ତି । ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ମେଡ଼ିକାଲ ଫିଜିକ୍ସ ପାଠ୍ୟକ୍ରମ ନେଇ ଥିବା ବିବାଦ ଯୋଗୁଁ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ ।ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ସମୟରେ ପୋଲିସ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଜଣେ ଛାତ୍ର ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ ।

ମେଡିକାଲ ପାଠ୍ୟକ୍ରମକୁ ନେଇ ଫିଜିକ୍ସ ଛାତ୍ରଛାତ୍ରୀ ଅନଶନ, ପୋଲିସ ଶହ ଧସ୍ତାଧସ୍ତି

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଚାଲିଥିବା ମେଡ଼ିକାଲ ଫିଜିକ୍ସ ପାଠ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ଅନଶନ ରୂପ ନେଇଛି । ଏଆରଭି ମାନ୍ୟତା ନଥାଇ ଏହି ପାଠ୍ୟକ୍ରମରେ 3 ବର୍ଷ ତଳେ କିପରି ଆରମ୍ଭ କରାଯାଇଥିଲ ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ଏଆରଭି ମାନ୍ୟତା ନଥିବାରୁ ଏହି ପାଠ୍ୟକ୍ରମ ବନ୍ଦ ହେବା ଉପରେ । ଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଆଡ଼ମିଶନ କଲା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ କାହିଁକି ଖେଳା ଯାଉଛି । ଏହାର ପ୍ରତିବାଦରେ ଗତ 13 ତାରିଖରୁ ଛାତ୍ରଛାତ୍ରୀ ଅନଶନରେ ବସିଛନ୍ତି । ଏଭଳି ପରିସ୍ଥିତିରେ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଆରଭି ମାନ୍ୟତା ନଥାଇ ଏହି ପାଠ୍ୟକ୍ରମ ଆରମ୍ଭ କରିବା ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି । ତେବେ 3 ବର୍ଷ ପୂର୍ବରୁ ଏହା ଆରମ୍ଭ ହୋଇଥିବାରୁ କାହା ତ୍ରୁଟି ଯୋଗୁଁ ଆରମ୍ଭ ହୋଇଥିଲା, ସେହି ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ତେବେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କାହିଁକି ଖେଳାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.