ETV Bharat / state

ଜମି ଆଗରେ ରକ୍ତ ସମ୍ପର୍କ ଫିକା, ଟାଙ୍ଗିଆ ଚୋଟରେ କକା ପୁତୁରା ଗୁରୁତର - sambalpur latest news

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଜମିବାଡି ବିବାଦକୁ କେନ୍ଦ୍ର କରି କକା ପୁତୁରା ମଧ୍ୟରେ ଗଣ୍ଡଗୋଳ ଏଥିରେ ଉଭୟ ପରସ୍ପରର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

sambalpur-uncle-nephew-fighting-for-dispute-land both are injured
ଜମି ଆଗରେ ରକ୍ତ ସମ୍ଫର୍କ ଫିକା, ଟାଙ୍ଗିଆରେ ହଣାହଣି ହେଲେ କକା ପୁତୁରା
author img

By

Published : Feb 23, 2020, 2:49 PM IST

Updated : Feb 23, 2020, 3:01 PM IST

ସମ୍ବଲପୁର: ଜମିବାଡି ବିବାଦକୁ କେନ୍ଦ୍ର କରି କକା ପୁତୁରା ମଧ୍ୟରେ ଗଣ୍ଡଗୋଳ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଅଘଟଣ । କକା ପୁତୁରା ପରସ୍ପରର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

ଜମି ଆଗରେ ରକ୍ତ ସମ୍ପର୍କ ଫିକା, ଟାଙ୍ଗିଆ ଚୋଟରେ କକା ପୁତୁରା ଗୁରୁତର

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନା ଅନ୍ତର୍ଗତ ପୁଡ଼ାବଣ୍ଡା ଗ୍ରାମରେ ଦିନ ପ୍ରାୟ 11 ସମୟରେ ମୁରଲୀଧର ବେହେରା ଏକ ବିବାଦୀୟ ଜମିରେ ବାଡ଼ ଦେଉଥିଲେ । ଏହି ସମୟରେ ତାଙ୍କ ପୁତୁରା ବିକାଶ ଚନ୍ଦ୍ର ବେହେରା ଆସି ତାଙ୍କ ସହି ଯୁକ୍ତିତର୍କ କରିଥିଲେ । ଏହାପରେ ଉଭୟ କକା ପୁତୁରା ମଧ୍ୟରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା । ଏଥିରେ ଉଭୟ ପରସ୍ପରର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

କକା ମୁରଲୀଧର ବେହେରା ରେଢ଼ାଖୋଲ ହସ୍ପିଟାଲରେରେ ଚିକିତ୍ସିତ ହେଉଥିବା ବେଳେ ପୁତୁରା ବିକାଶ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଏହି ଘଟଣା ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହ କିଛି ଲୋକଙ୍କୁ ଅଟକ ରଖିଛି ।

ସମ୍ବଲପୁରରୁ ବାଦଶାହା ଜସ୍ମନରାଣା, ଇଟିଭି ଭାରତ

Last Updated : Feb 23, 2020, 3:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.