ETV Bharat / state

ବୁଲା ପଶୁଙ୍କୁ ନିଜ ଖର୍ଚ୍ଚରେ ଖାଦ୍ୟ ଯୋଗାଉଛନ୍ତି ଦୁଇ ବନ୍ଧୁ - କୋରୋନା ଭାଇରସ ଖବର

ଲକଡାଉନ ପ୍ରଭାବ ଗରିବ ଲୋକଙ୍କ ସହ ବୁଲା ପଶୁ ଗାଈ ଗୋରୁ ଓ କୁକୁର ମାନଙ୍କ ଉପରେ ପଡ଼ିଛି। ସମ୍ବଲପୁରର ଅଞ୍ଚଳର ଦୁଇ ବନ୍ଧୁ ଲକଡାଉନ ସମୟରେ ବୁଲା ଗାଈ କୁକୁରକୁ ଖାଦ୍ୟ ନିଜସ୍ବ ଖର୍ଚ୍ଚରେ ଯୋଗାଉଛନ୍ତି । ଅଧିକ ପଢନ୍ତୁ...

sambalpur-two-friends-are-food-supply-street-animals-at-their-own-expense
ସମ୍ବଲପୁରରେ ବୁଲା ପଶୁଙ୍କୁ ନିଜ ଖର୍ଚ୍ଚରେ ଖାଦ୍ୟ ଯୋଗାଉଛନ୍ତି ଦୁଇ ବନ୍ଧୁ
author img

By

Published : Apr 4, 2020, 7:12 PM IST

ସମ୍ବଲପୁର: କୋଭିଡ 19 ପାଇଁ ହେଉଥିବା ଲକଡାଉନ 11 ତମ ଦିନରେ ପହଞ୍ଚିଛି। ଲକଡାଉନ ଯୋଗୁଁ ସମ୍ବଲପୁରରେ ଦୋକାନ ,ବଜାର,ହୋଟେଲ ସବୁ ବନ୍ଦ ରହିଛି। ଏଭଳି ପରିସ୍ଥିତି ଲକଡାଉନ ପ୍ରଭାବ ଗରିବ ଲୋକଙ୍କ ସହ ବୁଲା ପଶୁ ଗାଈ ଗୋରୁ ଓ କୁକୁର ମାନଙ୍କ ଉପରେ ପଡ଼ିଛି। ମୁଖ୍ୟତଃ ଏହି ବୁଲା ପଶୁ ଗୁଡିକ ଖାଇବାକୁ ପାଉନାହାନ୍ତି। ଏଭଳି ପରିସ୍ଥିତିରେ ଏହି ପଶୁଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମ୍ବଲପୁରର ଅଞ୍ଚଳର ଦୁଇ ବନ୍ଧୁ ନିଷିକାନ୍ତ ବିଶ୍ଵାଳ ଓ କେଶବ ମିଶ୍ର। ଏମାନେ ଏହି ପଶୁ ମାନଙ୍କ ପାଇଁ ନିଜ ଖର୍ଚ୍ଚରୁ ଖାଦ୍ୟପେୟର ବ୍ୟବସ୍ଥା କରୁଛନ୍ତି ।

ସମ୍ବଲପୁରରେ ବୁଲା ପଶୁଙ୍କୁ ନିଜ ଖର୍ଚ୍ଚରେ ଖାଦ୍ୟ ଯୋଗାଉଛନ୍ତି ଦୁଇ ବନ୍ଧୁ

ସମ୍ବଲପୁରର ନିଷିକାନ୍ତ ବିଶ୍ବାଳ ତାଙ୍କର କୌଣସି ସ୍ବେଚ୍ଛାସେବୀ ସଂଗଠନ ନାହିଁ। ତେବେ ବିଭିନ୍ନ ସମୟରେ ସମାଜ ସେବା କରିବା ପାଇଁ ଆଗଭର ହୋଇ ବାହାରନ୍ତି। ଏହି ଲକଡାଉନ ସମୟରେ ସମସ୍ତେ ଗରିବ ଖଟିଖିଆ ଓ ମଜୁରିଆ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ତେବେ ପଶୁଙ୍କ କଥା ପଚାରେ କିଏ। ତେଣୁ ନିଷିକାନ୍ତ ନିଜର ପ୍ରିୟ ବନ୍ଧୁ କେଶବ ମିଶ୍ରଙ୍କୁ ବୁଲା ପଶୁଙ୍କ ଦୁଃଖର କଥା ଜଣାଇଥିଲେ । ଏହାପରେ ଦୁହେଁ ଲକଡାଉନ ଆରମ୍ଭ ହେଲା ଦିନଠାରୁ ବୁଲା ଗାଈ ଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି।

sambalpur-two-friends-are-food-supply-street-animals-at-their-own-expense
ସମ୍ବଲପୁରରେ ବୁଲା ପଶୁଙ୍କୁ ନିଜ ଖର୍ଚ୍ଚରେ ଖାଦ୍ୟ ଯୋଗାଉଛନ୍ତି ଦୁଇ ବନ୍ଧୁ

ସେମାନେ କୌଣସି ସରକରୀ ସହାୟତା ପାଇଁ ହାତ ପକାଇ ନାହାନ୍ତି। ସେମାନେ ନିଜ ଅନ୍ୟ କିଛି ସାଙ୍ଗଙ୍କ ସହ ମିଶି ଏକ ଅଟୋରେ ଗୋଖାଦ୍ୟ ଧରି ସହରର ଗଳି କନ୍ଧି ଓ ଛକକୁ ଯାଇ ଗାଈ ଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ଦେଉଛନ୍ତି। ଗାଈ ଗୋରୁଙ୍କ ପାଇଁ ଗୋଖାଦ୍ୟ ଦାନା, ଘାସ ଓ କୁକୁର ମାନଙ୍କ ପାଇଁ ଭାତ ଓ ମାଂସ ଖାଇବାକୁ ଦେଉଛନ୍ତି।ଗୋଟିଏ ଦିନରେ ଏମାନେ 100 ଗାଈ ଗୋରୁ ଓ 400 ରୁ 500 କୁକୁର ଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଦେଉଛନ୍ତି।ଏହା ସବୁ ନିଜ ଖର୍ଚ୍ଚରୁ କରୁଛନ୍ତି। ଦିନ 12 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସହର ସାରା ବୁଲି ଏହି ଦୁଇ ବନ୍ଧୁ ବୁଲା ପଶୁଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.