ETV Bharat / state

ଲକଡାଉନ ଯୋଗୁଁ ଅଟକିଛି ଟ୍ରକ, ଖର୍ଚ୍ଚ ବେଶୀ ଲାଭ ଶୂନ

author img

By

Published : May 6, 2020, 10:48 PM IST

Updated : May 7, 2020, 8:15 PM IST

ଯେତେବେଳେ ଗାଡି ଗଡୁଥିଲା ସେତେବେଳେ ମାସକୁ ରୋଜଗାର ଥିଲା 50 ହଜାର । ଖର୍ଚ୍ଚ ଥିଲା 30 ହଜାର । ଏବେ ରୋଜଗାର ନାହିଁ, କିନ୍ତୁ ଖର୍ଚ୍ଚ ଯେମିତିକୁ ସେମିତି । ଅଧିକ ପଢନ୍ତୁ...

ଲକଡାଉନ ଯୋଗୁଁ ଅଟକିଛି ଟ୍ରକ, ଖର୍ଚ୍ଚ ବେଶୀ ଲାଭ ଶୂନ
ଲକଡାଉନ ଯୋଗୁଁ ଅଟକିଛି ଟ୍ରକ, ଖର୍ଚ୍ଚ ବେଶୀ ଲାଭ ଶୂନ

ସମ୍ବଲପୁର: କୋଭିଡ-19 ଜନିତ ଲକଡାଉନର ପ୍ରଭାବ ସବୁ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଗାଡି ଚଳାଚଳ ଓ ପରିବହନ ବ୍ୟବସ୍ଥାରେ ମଧ୍ୟ ଏହା କ୍ଷତି କରିଛି । ଯେଉଁ ରାଜରାସ୍ତାରେ ଦିନକୁ ଗଡୁଥିଲା ହଜାରେ ଟ୍ରକ, ଆଜି ସେଠାରେ କାଁଭାଁ ଚାଲୁଛି ଗାଡି । ସେପୁଣି ବ୍ୟବସାୟ ନୁହେଁ ସରକାରଙ୍କ କାମରେ । ଟ୍ରକ ପଡି ରହି ଅଧିକ ଖର୍ଚ୍ଚ ହେଉଛି କିନ୍ତୁ ଲାଭ କିଛି ମିଳୁନାହିଁ । ଏହା ହେଉଛି ସମ୍ବଲପୁର ଟ୍ରକ ମାଲିକଙ୍କ ଦୁଃଖ କାହାଣୀ ।

ଯେତେବେଳେ ଗାଡି ଗଡୁଥିଲା ସେତେବେଳେ ମାସକୁ ରୋଜଗାର ଥିଲା 50 ହଜାର । ଖର୍ଚ୍ଚ ଥିଲା 30 ହଜାର । ଏବେ ରୋଜଗାର ନାହିଁ, କିନ୍ତୁ ଖର୍ଚ୍ଚ ଯେମିତିକୁ ସେମିତି । ଖାଲି ପଡି ରହିକି ବି ଟ୍ରକ ପଛରେ ଦିନକୁ ଯାଉଛି 1200 ଟଙ୍କା । ବୀମା, ଡ୍ରାଇଭର ଓ ହେଲପରଙ୍କ ଦରମା, ପାର୍କିଂ ଫି, ନ୍ୟାସନାଲ ପରମିଟ । ଏସବୁ ପଛରେ ଖର୍ଚ୍ଚ ହେଉଛି ବିପୁଳ ଅର୍ଥ । ସେପଟେ ଟ୍ରକ ପଡି ରହିଲେ ବ୍ୟାଟେରୀ, ଟାୟାର ଖରାପ ଟେନସନ । ପୁଣି ଚାଲିବାବେଳକୁ ଏସବୁ ସଜାଡିବା ପଛରେ ଯିବ ଅର୍ଥ । ନାନା ସମସ୍ୟାକୁ ନେଇ ଚିନ୍ତାରେ ସମ୍ବଲପୁର ଟ୍ରକ ମାଲିକ । ଲକଡାଉନ ମାଡରେ ଏମାନେ ଘାଇଲା । ଏମାନଙ୍କ ଅବସ୍ଥା ଏବେ ଦୟନୀୟ ।

ଜିଲ୍ଲାର ପ୍ରାୟ 5000 ଟ୍ରକ ଉପରେ ନିର୍ଭର କରୁଥିବା 10 ହଜାର କର୍ମଚାରୀଙ୍କ ଅବସ୍ଥା ସଙ୍ଗୀନ । 5000 ଟ୍ରକ ମଧ୍ୟରେ 10 ଚକିଆ ଟ୍ରକ ସଂଖ୍ୟା 4000, 12 ଚକିଆ ଟ୍ରକ 500 ଓ 14 ଚକିଆ ଟ୍ରକ 500ଟି ରହିଛି । ଲକଡାଉନ ଯୋଗୁଁ ପଡିରହିଛି ଟ୍ରକ । ମାଲିକଙ୍କ ପକେଟରୁ ଯାଉଛି ଅର୍ଥ । ଚିନ୍ତାରେ ମାସିକ ବ୍ୟାଙ୍କ ଋଣ କିସ୍ତି ଦେଉଥିବା ନୂଆ ମାଲିକ । ସେପଟେ ରୋଜଗାର ଶୂନ ହୋଇ ଟ୍ରକ ଭିତରେ ପଡି ରହିଛନ୍ତି ଡ୍ରାଇଭର ଓ ହେଲପର । ପରିସ୍ଥିତି ଦେଖି ସମ୍ବଲପୁର ଟ୍ରକ ମାଲିକ ସଙ୍ଘ ଜିଲ୍ଲା ପ୍ରଶାସନ ଦ୍ବାରା ରାଜ୍ୟ ସରକାରଙ୍କୁ ଜଣାଇଛି ଗୁହାରି । ସମସ୍ୟାର ସମାଧାନ ପାଇଁ କରିଛି ଦାବି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 7, 2020, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.