ETV Bharat / state

ସମ୍ବଲପୁର ତ୍ରିପଲ ମର୍ଡର ଘଟଣା, ସନ୍ଦିଗ୍ଧଙ୍କୁ ଧରିବା ପାଇଁ ବାହାର ରାଜ୍ୟକୁ ଗଲା ୨ ଟିମ - ବନ୍ଦ କୋଠରୀରୁ ତିନୋଟି ମୃତଦେହ ଉଦ୍ଧାର

ସମ୍ବଲପୁର ସୁନାପାଲି ଅଞ୍ଚଳରେ ବନ୍ଦ କୋଠରୀରୁ ମାଆ ସହ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଛି ପୋଲିସ । ଅଧିକ ପଢ଼ନ୍ତୁ

sambalpur triple murder case
ସମ୍ବଲପୁରରେ ବନ୍ଦ କୋଠରୀରୁ ତିନୋଟି ମୃତଦେହ ଉଦ୍ଧାର
author img

By

Published : May 15, 2023, 10:51 PM IST

ସମ୍ବଲପୁରରେ ବନ୍ଦ କୋଠରୀରୁ ତିନୋଟି ମୃତଦେହ ଉଦ୍ଧାର

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ତ୍ରିପଲ ମର୍ଡର ଘଟଣାରେ ପୋଲିସର ତନାଘନା ଜାରି ରହିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରାଯାଇଛି l ସେମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସର 2ଟି ଟିମ ରାଜ୍ୟ ବାହାରକୁ ଯାଇଥିବା ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ମୃତଦେହ ଉଦ୍ଧାର ସମୟରେ ବହୁ ପ୍ରମାଣ ପୋଲିସ ହାତରେ ଲାଗିଛି l ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ମୁଖ୍ୟ କାରଣ ସାମ୍ନାକୁ ଆସିବ ବୋଲି ଏସପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଗତ ଶନିବାର ବାହାରୁ ବନ୍ଦ ଥିବା କୋଠରୀ ଭିତରୁ 3 ମୃତଦେହ ଉଦ୍ଧାର କରିଥିଲା ପୋଲିସ l ତେବେ ଶନିବାର ରାତି ହୋଇଯାଇଥିବାରୁ ମୃତଦେହକୁ ଘରୁ ବାହାର କରାଯାଇନଥିବା ବେଳେ ରବିବାର ସକାଳୁ ମାଜିଷ୍ଟ୍ରେଟ ଓ ସଦର SDPO, ଧନୁପାଲି ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ମୃତଦେହଗୁଡିକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତକମାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଥିଲା l ମୃତ ମହିଳା ଜଣକ ସାଜିଆ ପରବିନ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଦେଢ଼ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି l ସେ ନିଜ 2 ପିଲାଙ୍କ ସହ ସୁନାପାଲି ସ୍ଥିତ ନିଜ ଘରେ ରହି ଆସୁଥିଲେ । ହେଲେ ଗତ 6 ମାସ ହେଲା ସଲମାନ ଅହମ୍ମଦ ନାମକ ଜଣେ ଯୁବକଙ୍କ ଘରେ ଭଡାରେ ରହୁଥିଲେ l

ଏହି ଘଟଣା ପରେ ସେହି ସନ୍ଦିଗ୍ଧ ଯୁବକ ଫେରାର ଥିବା ଜଣାପଡ଼ିଛି । ପୋଲିସ ଉକ୍ତ ଯୁବକ ସହ ଅନ୍ୟ କେତେକ ଲୋକଙ୍କୁ ଖୋଜୁଛି । ସୂଚନା ଅନୁଯାୟୀ, ଘଟଣା ଦିନର 7 ଦିନ ପୂର୍ବରୁ ମୃତ ମହିଳାଙ୍କ ଘର ବାହାରୁ ବନ୍ଦ ଥିଲା । ଚକ୍ରଧରପୁର ସ୍ଥିତ ତାଙ୍କ ବାପଘର ଲୋକଙ୍କ ଫୋନ ନଉଠେଇବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା l ଏହାପରେ ସେମାନେ ସମ୍ବଲପୁର ଆସି ପୋଲିସକୁ ଏତଲା ଦେବା ପରେ ଘରର ତାଲା ଭାଙ୍ଗି 3 ମୃତଦେହ ଉଦ୍ଧାର କରିଥିଲା ପୋଲିସ l

ସନ୍ଦିଗ୍ଧ ଯୁବକ ସଲମାନ ଅହମ୍ମଦ ସିଲିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା l ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛିଦିନ ତଳେ ସଲମାନ ଓ ସାଜିଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ମୃତ ମହିଳାଙ୍କ ବୟସ ପ୍ରାୟ 32 ବର୍ଷ ହୋଇଥିବା ବେଳେ ତାଙ୍କ ମୃତ ପୁଅ ଅବଦୁଲ ରେହେମାନର ବୟସ 9 ବର୍ଷ ଓ ଝିଅ ହମିରା ତାୟିବାର ବୟସ 7 ବର୍ଷ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.