ETV Bharat / state

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ, ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - ପୋଲିସ

ସମ୍ବଲପୁର ଜିଲ୍ଲାର ତାଲବାହାଳି ଗାଁରେ ବଚସାରୁ ହତ୍ୟାକାଣ୍ଡ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ ...

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By

Published : Oct 14, 2021, 10:31 AM IST

ସମ୍ବଲପୁର: ମହୁଲପାଲି ଥାନା ତାଲବାହାଳି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଗ୍ରାମର ବସନ୍ତ କିଷାନଙ୍କୁ ପଥରରେ ଛେଚିବା ପରେ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ସେହି ଗ୍ରାମର ବିପିନ କିଷାନ । ଏନେଇ ଥାନାରେ ଅଭିଯୋଗ ପରେ ଗତକାଲି ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ବିପିନ କିଷାନ,କମଳା କିଷାନ, ଲବ କିଷାନ ଓ ଶୁଖମଣି କିଷାନ ।

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମିଳିଥିବା ସୂଚନା ଅନୁୟାୟୀ, ଗତ ସୋମବାର ରାତ୍ରୀରେ ଗ୍ରାମର ବସନ୍ତ କିଷାନ କୌଣସି କାମରେ ସେହି ଗ୍ରାମର ବିପିନ କିଷାନଙ୍କ ଘରକୁ ଯାଇଥିଲେ । ତେବେ ହଠାତ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଯାହା ପରେ ଉଗ୍ର ରୂପ ଧାରଣ କରିଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ବିପିନ କିଷାନ ବସନ୍ତଙ୍କୁ ପଥରରେ ଆକ୍ରମଣ କରିଥିଲେ । ଏହା ପରେ ବସନ୍ତ ତଳେ ପଡି ଛଟପଟ ହୋଇଥିବା ବେଳେ ଏକ କୋଦାଳରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ମହୁଲପାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ବିପିନଙ୍କ ସମେଟ ୪ଜଣଙ୍କୁ ଗିରଫ କରିଛି । ତେବେ ବିପିନଙ୍କ ପରିବାର ଲୋକେ ତାଙ୍କୁ ସାହାଯ୍ୟ କରିଥିବା ପୋଲିସ ସୂଚନା ଦେଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.