ETV Bharat / state

ହରାଇନି ବେକାରୀ ସମସ୍ୟା, ଛତୁ ଚାଷ କରି ସ୍ୱାବଲମ୍ବୀ ସମ୍ବଲପୁରର ସେବତୀ

author img

By

Published : Apr 6, 2023, 3:30 PM IST

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଭାଲୁଗୁଡ଼ିଆ ଗାଁର ସବିତା ପ୍ରଧାନ । ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଥିବା ସେବତୀ ପ୍ରଧାନ ଆଜି ଚର୍ଚ୍ଚାରେ । ଅଧିକ ପଢନ୍ତୁ

women become self sufficient by mushrooms farming
ଛତୁ ଚାଷ କରି ସ୍ୱାବଲମ୍ବୀ ସେବତୀ
ଛତୁ ଚାଷ କରି ସ୍ୱାବଲମ୍ବୀ ସମ୍ବଲପୁରର ସେବତୀ

ସମ୍ବଲପୁର: ବର୍ତ୍ତମାନ ଦେଶରେ ବେକାରୀ ଏକ ପ୍ରମୁଖ ସମସ୍ୟା ହୋଇଛି । ହେଲେ କିଛି ଯୁବକ ଯୁବତୀ ଥାଆନ୍ତି ଯିଏ ଚାକିର ପଛରେ ନ ଧାଇଁ ନିଜେ ନିଜର ମାଲିକ ହୋଇଥାନ୍ତି । ସେମିତି ଜଣେ ହେଉଛନ୍ତି ସମ୍ବଲପୁରର ସେବତୀ ପ୍ରଧାନ । ବେକାରୀ ସମସ୍ୟା ତାଙ୍କୁ ଛୁଇଁନାହିଁ । ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାରକ୍ଷମ କରିଛି । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଭାଲୁଗୁଡ଼ିଆ ଗାଁର ସ୍ବାବଲମ୍ବୀ ସେବତୀ ପ୍ରଧାନ ଆଜି ଚର୍ଚ୍ଚାରେ ।

ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ସେବତୀ । ପ୍ରଥମେ ସେ ବି ନିଜ ପରିବାର ଉପରେ ନିର୍ଭରଶୀଳ ଥିଲେ ହେଲେ ଏବେ ଆତ୍ମନିର୍ଭର । ବର୍ତ୍ତମାନ ସେ ଛତୁ ଚାଷ କରି ଭଲ ରୋଜଗାର କରି ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ସମ୍ବଲପୁର ଗୋଶାଳା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ନେଇଥିଲେ ସେବତୀ । ପ୍ରଥମେ 2ଟି ବେଡରେ ଛତୁଚାଷ କରିଥିଲେ ଆଉ 3 କିଲୋ ଛତୁରୁ 300 ଟଙ୍କା ଥିଲା ତାଙ୍କ ପ୍ରଥମ ପାରିଶ୍ରମିକ । ଆଉ ଏହା ତାଙ୍କ ମନୋବଳ ବଢାଇଥିଲା । ସେବେଠୁ ଆଉ ପଛକୁ ଫେରି ନାହାନ୍ତି ସେବତୀ । ଏବେ ସେ ନିଜ ଘର ପଛପଟେ ଏକ ଛତୁ ଫାର୍ମ କରିଛନ୍ତି । ଏହି ଫାର୍ମରେ ସେ ଧିଙ୍ଗିରି ଛତୁ ଓ ପାଳ ଛତୁ କରି ବେଶ ଭଲ ରୋଜଗାର କରୁଛନ୍ତି । କେଵଳ ଏତିକି ନୁହେଁ ଏହି ଫାର୍ମରେ ସେ 3 ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଖରା ଓ ବର୍ଷା ଦିନେ ସେ ପାଳ ଛତୁ ଚାଷ କରନ୍ତି । ଶୀତ ଦିନେ ଧିଙ୍ଗିରି ଛତୁ ଚାଷ କରିଛନ୍ତି । ଦିନକୁ 50 କେଜି ଛତୁ ଉତ୍ପାଦନ କରି ସମ୍ବଲପୁର ବଜାରରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି ।

କୃଷି ବିଜ୍ଞାନ କେନ୍ଦ୍ରରୁ ଦିନିକିଆ ଛତୁ ଉତ୍ପାଦନର ତାଲିମ ଓ ପରେ ଦେଢ଼ ମାସିଆ ତାଲିମ ନେଇଥିଲେ । ଏହାପରେ ସେ ପ୍ରଥମେ ଛୋଟ ଅକାରରେ ପାଳ ଛତୁ ଚାଷ କରି 3 କେଜି ଛତୁ ଉତ୍ପାଦନ କରିଥିଲେ । ଏଥିରୁ ସେ 300 ଟଙ୍କା ପାଇଥିଲେ । ପରେ ସେ 1ଲକ୍ଷ ଟଙ୍କା ବିନିଯୋଗ କରି ବଡ ଆକାରରେ ଛତୁ ଫାର୍ମ ଆରମ୍ଭ କରିଥିଲେ । ଏହାର ପରିଚାଳନା ପାଇଁ ସେ ଏହି ଫାର୍ମରେ 3 ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମଧ୍ୟ କରିଛନ୍ତି । ତାଙ୍କ ଫାର୍ମ ରେ ଉତ୍ପାଦିତ ଧିଙ୍ଗିରି ଛତୁ କେଜି ପିଛା 160ରୁ 180 ଟଙ୍କାରେ ଓ ପାଳ ଛତୁ କେଜି ପିଛା 300 ଟଙ୍କାରେ ବିକ୍ରି ହେଉଛି । ସେବତୀଙ୍କ ଏହି ଉଦ୍ୟମରେ ତାଙ୍କ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ସେବତୀଙ୍କ ଏହି ଉଦ୍ୟମ ଯୁବପିଢିଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.