ସମ୍ବଲପୁର: ଜୀବନ ଯୁଦ୍ଧରେ ହାରିଗଲା ସାପଲହରାର ଅସୁସ୍ଥ ଦନ୍ତା । ହାତୀ ପୋଖରୀରେ ନଖାଇ ନପିଇ ପଡ଼ି ରହିଥିଲା । ଦନ୍ତାକୁ କୂଳକୁ ଅଣାଯାଇ ତାର ଚିକିତ୍ସା ଜାରି ରହିଥିଲା । ଆଜି ହାତୀଟିକୁ ବନବିଭାଗ ହାଇଡ୍ରା ସାହାଯ୍ୟରେ ଉଠାଇ ପୋଖରୀ ହୁଡ଼ାକୁ ଆଣିଥିଲା ।
ସମ୍ବଲପୁର ଜିଲ୍ଲା ପଡିଆବାହାଲ ଫରେଷ୍ଟ ରେଞ୍ଜରେ ପୋଖରୀରେ ପଡ଼ି ରହିଥିବା ଦନ୍ତାକୁ ଆଜି(ମଙ୍ଗଳବାର) ପୋଖରୀ ହୁଡ଼ାକୁ ଅଣା ଯାଇଥିଲା । ୫ ଦିନ କାଳ ପୋଖରୀ ଭିତରେ ପଡ଼ି ରହିଥିଲା । ପାଣିରୁ ଉଦ୍ଧାର କରିବାର କିଛି ସମୟ ମଧ୍ୟରେ ହିଁ ଦନ୍ତାର ମୃତ୍ୟୁ ହୋଇଛି । ହାତୀ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାକୁ ପ୍ରୟାସ ଜାରି ରଖିଥିଲେ ଭୁବନେଶ୍ବର OUAATର ବିଶେଷଜ୍ଞ ଟିମ୍ । ନଖାଇ ନପିଇ ଦୁର୍ବଳ ହୋଇ ପଡ଼ିଥିଲା ହାତୀ ।
ମଙ୍ଗଳବାର ଦନ୍ତାକୁ ପାଣି ବାହାରକୁ ଅଣାଯିବ ପରେ ନିଶ୍ଚଳ ହୋଇ ପଡ଼ିଥିଲା । ହାତୀକୁ ବନ ବିଭାଗର କର୍ମଚାରୀ ପୋଖରୀର ଗଭୀର ଜଳରୁ କୂଳକୁ ଆଣି ଚିକିତ୍ସା ଆରମ୍ଭ କରିଥିଲେ । ଅସୁସ୍ଥତା ଯୋଗୁଁ ଦନ୍ତା ହାତୀଟି ପୋଖରୀରୁ ବାହାରିପାରୁନଥିଲା । ପୋଖରୀ କୂଳକୁ ଅଣାଯାଇ ସାଲାଇନ ଲଗାଯାଇ ଚିକିତ୍ସାକୁ ତ୍ବରାନ୍ବିତ କରାଯାଇଥିଲା । ଦନ୍ତାହାତୀର ଚିକିତ୍ସାରେ ଅବହେଳା ଯୋଗୁଁ ମୄତ୍ୟୁ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି ।