ସମ୍ବଲପୁର: ଚଳିତ ବର୍ଷ ଦେଶର ଜନଗଣନା ହୋଇପାରେ। ଜନଗଣନା ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ଉଠିଛି । ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସରକାରଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପଦକ୍ଷେପ ନେବାକୁ ଏକ ଦାବି ପତ୍ର ଦେଇଛନ୍ତି । ସାରା ଦେଶରେ ଗୋଟିଏ ପରିବାର 2ଟି ଶିଶୁ ଭଳି ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଏକ ଆଇନ ଆଣିବାକୁ ଦାବି କରିଛନ୍ତି ।
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଏହି ଦାବି ପତ୍ର ପ୍ରଦାନ ସମୟରେ ଫାଉଣ୍ଡେସନର ରାଜ୍ୟ ଉପସଭାପତି ଗୋବିନ୍ଦ ଅଗ୍ରୱାଲଙ୍କ ସମେତ ଜିଲ୍ଲା ଶାଖାର ବହୁ ସଭ୍ୟ ଉପସ୍ଥିତ ଥିଲେ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ