ETV Bharat / state

ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ କଲା ସମ୍ବଲପୁର ପୋଲିସ

author img

By

Published : May 2, 2023, 7:15 AM IST

ଚଳିତ ମାସ 24ରୁ 26 ତାରିଖ ଯାଏଁ ଶୀତଳଷଷ୍ଠୀର ପ୍ରମୁଖ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ

sambalpur police department
sambalpur police department
sambalpur police department

ସମ୍ବଲପୁର: ଆଗକୁ ଆସୁଛି ଶୀତଳ ଷଷ୍ଠୀ ଯାତ୍ରା । ଏହାର ଆଦ୍ୟପର୍ବ କୁହା ଯାଉଥିବା ଥାଳ ଉଠା ନୀତି ସମ୍ପନ୍ନ ହୋଇ ସାରିଛି । ଚଳିତ ମାସ 24 ରୁ 26 ତାରିଖ ଯାଏଁ ଶୀତଳଷଷ୍ଠୀର ପ୍ରମୁଖ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟି ରେ ରଖି ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କିଛି ଦିନ ତଳେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏବେ ଶୀତଳଷଷ୍ଠୀ କିପରି ସୁରୁଖୁରୁରେ ହୋଇ ପାରିବ ସେନେଇ ଜିଲ୍ଲା ପୋଲିସ ପ୍ରଶାସନ ଚିନ୍ତାରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଯାତ୍ରା କମିଟି ଆୟୋଜନ ସମିତିର ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶୀତଳଷଷ୍ଠୀ ଯାତ୍ରାର ପରିଚାଳନା କିପରି ହେବ ସେନେଇ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି ।

ଏହା ବି ପଢ଼ନ୍ତୁ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଅଛି କଲେଜ ନାହିଁ ମାନ୍ୟତା !

ଆଗକୁ ଅଛି ଶୀତଳ ଷଷ୍ଠୀ ଯାତ୍ରା ଥିବା ବେଳେ ଏନେଇ ସମ୍ବଲପୁରର ନନ୍ଦପଡା, ଝାଡୁଆପଡା, ମୁଦିପଡ଼ା ଯାତ୍ରା କମିଟି ସହ ସମ୍ବଲପୁର ଅନ୍ୟ ଯାତ୍ରା କମିଟିର ସଦସ୍ୟମାନଙ୍କୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ ।

ଏହି ବୈଠକରେ କେଉଁ ଯାତ୍ରା କମିଟିର କେତେ କଳାକାର ଦଳ ଆସିବେ, ସାଂସ୍କୃତିକ ଶୋଭାଯାତ୍ରାର ରୁଟ୍‌ କଣ ହେବ, କେଉଁ ସମୟରେ ଶୋଭାଯାତ୍ରା ବାହାରିବ, ଟ୍ରାଫିକ ପରିଚାଳନା କିପରି ହେବ, ସିସିଟିଭି କେଉଁ ସ୍ଥାନରେ ଲାଗିବ, କେଉଁ ସ୍ଥାନରେ ଡ୍ରୋନ୍‌ କ୍ୟାମେରା ବ୍ୟବହାର ହେବ ସେନେଇ ବିଷଦ ଭାବେ ଆଲୋଚନା ହୋଇଥିଲା । ଯାତ୍ରା କମିଟିଗୁଡିକ ପକ୍ଷରୁ ନ୍ତି ଶୃଙ୍ଖଳାର ସହ ରାତ୍ରି ଶୋଭାଯାତ୍ରା କରାଯିବାକୁ ଯୋଜନ ରହିଛି । ଏହାକୁ ନେଇ ପୋଲିସ ପ୍ରଶାସନ ଚିନ୍ତାରେ ପଡ଼ିଛି । ତେଣୁ ରାତ୍ରି ସମୟର ଶୋଭାଯାତ୍ରା ଠିକ ନିର୍ଦ୍ଧାରିତ ସମୟରେ ବାହାର କରିବାକୁ ପୋଲିସ ପ୍ରଶାସନ ଯାତ୍ରା କମିଟିଗୁଡିକୁ ପରାମର୍ଶ ଦେଇଛି । ଅନ୍ୟପଟେ ଚଳିତ ବର୍ଷ କଳାକାର ଦଳଙ୍କ ସଂଖ୍ୟା କମ କରିବାକୁ ପୋଲିସ କହିଥିବା ବେଳେ ଯାତ୍ରା କମିଟି ଗୁଡିକ ଏହି ପ୍ରସ୍ତାବରେ ରାଜି ହୋଇ ନାହାନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.