ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ; ଜଣେ ମୃତ, ଜଣେ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଭୁଜାଲି ମାଡ । ଗୁରୁତର ଅବସ୍ଥାରେ 2 ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 6, 2020, 10:38 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ଼
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ଼

ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ । ଜଣେ ମୃତ ଅନ୍ୟ ଜଣେ ଗୁରୁତର ଆହତ। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି ଅଞ୍ଚଳ ଘଟିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ଼

ମିଳିଥିବା ସୂଚନା ଅନୁସାରେ କରମଟୋଲି ଗାଁର ସୋନୁ ଖଡିଆ ଓ ଉମେଶ ମୁଣ୍ଡା ବିଳମ୍ବିତ ରାତିରେ ନିଜ ଗାଁରେ ବୁଲୁଥିଲେ । ଏହି ସମୟରେ ପୂର୍ବରୁ ଶତ୍ରୁତା ରହିଥିବା ଅନ୍ୟ ଏକ ଯୁବ ଗୋଷ୍ଠୀସହ ଆସି ତାଙ୍କ ସହ ପ୍ରଥମେ ବଚସା କରିଥିଲେ । ବଚସାରୁ ହାତାହାତି ହେବା ପରେ କିଛି ଯୁବକ ସୋନୁ ଓ ଉମେଶଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିଲେ।

ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକତ୍ସା ପାଇଁ ସେମାନଙ୍କୁ ପ୍ରଥମେ ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲ ପଠାଯାଇଥିଲେ । ହେଲେ ସେଠାରେ ସୋନୁ ଖଡିଆକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଅନ୍ୟପଟେ ଉମେଶ ମୁଣ୍ଡା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣାରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ତେବେ ଗତ କାଲି ସମ୍ବଲପୁରରେ 24 ଘଣ୍ଟିଆ ସଟ ଡାଉନ ଥିବା ବେଳେ ଏପରି ଘଟଣା ଘଟିବା ପୋଲିସ ର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.