ETV Bharat / state

1 ଘଣ୍ଟା 56 ମିନିଟ୍‌ ଧରି ଭଦ୍ରାସନ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସମ୍ବଲପୁରର ଯୁବକ

author img

By

Published : Nov 21, 2022, 1:48 PM IST

ନିଜ ଜିଲ୍ଲା ତଥା ଅଞ୍ଚଳ ପାଇଁ ଗର୍ବ ଆଣିଲେ ସମ୍ବଲପୁରର ଯୁବକ ପ୍ରୟାଗ ସାହାଣୀ । ୧ ଘଣ୍ଟା ୫୬ ମିନିଟ ୫୭ ସେକେଣ୍ଡ ପର୍ଯ୍ୟନ୍ତ ଭଦ୍ରାସନ ଯୋଗ କରି India Book of Recordରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସମ୍ବଲପୁରର ଯୁବକ
ଇଣ୍ଡିଆ ବୁକ ଅଫ ରେକର୍ଡରେ ସମ୍ବଲପୁରର ଯୁବକ

ସମ୍ବଲପୁର: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର ଯୁବକ ପ୍ରୟାଗ ସାହାଣୀ l ୧ ଘଣ୍ଟା ୫୬ ମିନିଟ ୫୭ ସେକେଣ୍ଡ ପର୍ଯ୍ୟନ୍ତ ଭଦ୍ରାସନ ଯୋଗ କରି ବିରଳ ରେକର୍ଡର ଅଧିକାରୀ ହେଲେ ସମ୍ବଲପୁରର ପ୍ରୟାଗ କୁମାର ସାହାଣୀ ।

ଇଣ୍ଡିଆ ବୁକ ଅଫ ରେକର୍ଡରେ ସମ୍ବଲପୁରର ଯୁବକ
ଏହି ସଫଳତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପ୍ରୟାଗ । ନିକଟରେ ପ୍ରୟାଗକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଙ୍କ ରେକର୍ଡକୁ ମାନ୍ୟତା ମିଳିବା ସହ ତାଙ୍କୁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡ ସମ୍ମାନ । ସମ୍ବଲପୁର ମହାନ୍ତି ପଡାର ବାସିନ୍ଦା ପ୍ରୟାଗ ସାହାଣୀଙ୍କ ପିଲାଟି ଦିନରୁ ଯୋଗ ପ୍ରତି ଆଗ୍ରହ ରହିଥିଲା । ଏଥିପାଇଁ ଯୋଗ କ୍ଷେତ୍ରରେ କିଛି କରିବାର ଦୄଢ ଇଚ୍ଛାଶକ୍ତି ତାଙ୍କ ପାଇଁ ଆଜି ଆଣି ଦେଇଛି ବିରାଟ ସଫଳତା । ପ୍ରୟାଗ ସାହାଣୀ ଲଗାତାର ଭାବରେ ୧ ଘଣ୍ଟା ୫୬ ମିନିଟ ୫୭ ସେକେଣ୍ଡ ପର୍ଯ୍ୟନ୍ତ ଭଦ୍ରାସନ ଯୋଗ କରିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡ ସହ ଯୋଗାଯୋଗ କରିଥିଲେ । ପରେ ତାଙ୍କର ଏହି ବିରଳ ରେକର୍ଡକୁ ମାନ୍ୟତା ଦେଇ ତାଙ୍କୁ ସମ୍ମାନିତ କରିଛି ଇଣ୍ଡିଆ ବୁକ ଅଫ ରେକର୍ଡ ।

ଏହା ମଧ୍ୟ ପଢନ୍ତୁ: ମାଲବାହୀ ଟ୍ରେନ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର

ପ୍ରୟାଗ କୁମାର ସାହାଣୀ କହିଛନ୍ତି, "୧ ଘଣ୍ଟା ୫୬ ମିନିଟ ୫୭ ସେକେଣ୍ଡ ଭଦ୍ରାସନ ଯୋଗ କରି ମୁଁ ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଟରନେସନାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଆଗରୁ ହିଁ ଅଭ୍ୟାସ ଥିଲା ମୋର। ଆଗରୁ ସକାଳୁ 30 ମିନିଟ ଯୋଗ କରୁଥିଲି । ଏବେ ୧ ଘଣ୍ଟା ୫୬ ମିନିଟ ୫୭ ସେକେଣ୍ଡ କରିପାରୁଛି । ଆଗକୁ ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରୁଛି । ଯୋଗ ସମସ୍ତଙ୍କ ଜୀବନରେ ଆବଶ୍ୟକତା ରହିଛି । ତେଣୁ ଛୁଆଙ୍କ କ୍ଷେତ୍ରରେ ପ୍ରତ୍ୟେକ ବାପା ମାଆ ଏହା କରିବା ଆବଶ୍ୟକ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.