ETV Bharat / state

Lawyers Licence Suspension: ସ୍ୱାଭାବିକ ସ୍ଥିତି ଫେରାଇ ଆଣନ୍ତୁ ମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡିଶା ବିଜେପି ସାଂସଦ

author img

By

Published : Dec 16, 2022, 6:48 PM IST

ଆଇନଜୀବିଙ୍କ ଗିରଫଦାରୀ ବନ୍ଦ କରାଯାଉ । ଗିରଫ ଓକିଲଙ୍କୁ ତୁରନ୍ତ ମୁକ୍ତ କରାଯାଉ । ସମ୍ବଲପୁର ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣନ୍ତୁ ରାଜ୍ୟ ସରକାର । ଓକିଲଙ୍କ ଲାଇସେନ୍ସ ସଚଳ କରାଯାଉ । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଏଭିଳ ଦାବି ନେଇ ଆଜି ନୂଆଦିଲ୍ଲୀରେ ‘ପଶ୍ଚିମ ଓଡିଶା ବିଜେପି ସାଂସଦ’ ( Bharatiya Janata Party Parliamentarians from Odisha) ମାନେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଅଧିକ ପଢନ୍ତୁ

Etv BharatLawyers Licence Suspension: ସ୍ୱାଭାବିକ ସ୍ଥିତି ଫେରାଇ ଆଣନ୍ତୁ ମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡିଶା ବିଜେପି ସାଂସଦ

ନୂଆଦିଲ୍ଲୀ: ଆଇନଜୀବିଙ୍କ ଗିରଫଦାରୀ ବନ୍ଦ କରାଯାଉ । ଗିରଫ ଓକିଲଙ୍କୁ ତୁରନ୍ତ ମୁକ୍ତ କରାଯାଉ । ସମ୍ବଲପୁର ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣନ୍ତୁ ରାଜ୍ୟ ସରକାର । ଓକିଲଙ୍କ ଲାଇସେନ୍ସ ସଚଳ କରାଯାଉ । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଏଭିଳ ଦାବି ନେଇ ଆଜି ନୂଆଦିଲ୍ଲୀରେ ‘ପଶ୍ଚିମ ଓଡିଶା ବିଜେପି ସାଂସଦ’ ( Bharatiya Janata Party Parliamentarians from Odisha) ମାନେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି ।

ଏହାବି Lok Sabha: ସମ୍ବଲପୁର ବାର ସସପେଣ୍ଡ ପ୍ରସଙ୍ଗ, ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସୁରେଶ ପୂଜାରୀ

ପଶ୍ଚିମ ଓଡିଶା ବିଜେପି ସାଂସଦ ପ୍ରେସମିଟରେ ଦାବି କରି କହିଛନ୍ତି,‘‘ ପଶ୍ଚିମାଞ୍ଚଳର କେଉଁଠି ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ (High Court bench) ହେବ, ସେ ସଂକ୍ରାନ୍ତରେ ଫଳପ୍ରଦ ନିଷ୍ପତି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ନିଅନ୍ତୁ । ଚିଠିରେ ଦର୍ଶାଇଛନ୍ତି ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନା ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ବାରମ୍ବାର ସଂସଦରେ ବିବୃତି ଦେଇଛନ୍ତି। ଏହାଛଡା , ବେଞ୍ଚ ସ୍ଥାପନ ପାଇଁ ସ୍ଥାନ ନିରୂପଣ, ଆବଶ୍ୟକ ଭିତ୍ତିଭୂମି, ବ୍ୟୟ ବହନ ଆଦି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହିତ ପରାମର୍ଶକରି ପ୍ରସ୍ତାବ ଦେଲେ କେନ୍ଦ୍ରସରକାର ପଦକ୍ଷେପ ନେବେ ବୋଲି କହିଥିବା ଦର୍ଶାଇଛନ୍ତି । ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଲେ ତାରି ଆଧାରରେ କେନ୍ଦ୍ର ସରକାର ସଂସଦ ଉଭୟ ଗୃହରେ ବିଲ ଆଣିବାକୁ ସମର୍ଥ ହେବେ ବୋଲି ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଚିଠିରେ କହିଥିବା ଦର୍ଶାଇଛନ୍ତି ସାଂସଦ ମାନେ । ’’

ଏହାବି ପଢନ୍ତୁ- Lok Sabha: ଖଣି ଦୂର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ସେହିପରି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍କ୍ରିୟତା କାରଣରୁ ଗତ 12 ତାରିଖରେ ଦୁର୍ଭାଗ୍ୟ ଜନକ ଘଟଣା ଘଟିଲା ବୋଲି କହିଛନ୍ତି । ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଏହା ଏକ ସାଧାରଣ ଦାବି ନୁହେଁ । ଏହା ପଶ୍ଚିମାଞ୍ଚବାସୀଙ୍କ ଏକ ବୃହତ ସ୍ବାର୍ଥ ସମ୍ବନ୍ଧୀୟ ଦାବି । ରାଜ୍ୟ ସରକାର ଚାହିଁଥିଲେ ଏହି ଘଟଣା ରୋକି ପାରିଥାନ୍ତେ । ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଅଭାବରୁ ଆଜି ଆଇନଜୀବି ଗିରଫ ହୋଇ ଜେଲରେ । 43 ରୁ ଅଧିକ ଆଇନଜୀବିଙ୍କ ଲାଇସେନ୍ସ ବାତିଲ ହୋଇଛି । ସମ୍ବଲପୁର ବାର ଅନ୍ୟାଦେଶ ପର୍ଯ୍ୟନ୍ତ ନିଳମ୍ବିତ ହୋଇଛି । ଯାହା ସମ୍ବଲପୁରରେ କୋର୍ଟ କାର୍ଯ୍ୟ ଠପ ହୋଇପଡିଛି । ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଏପରି ସ୍ଥିତିରେ କିପରି କୋର୍ଟ କାର୍ଯ୍ୟ ଚାଲିବ? ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଯାହାକୁ ନେଇ ସହରରେ ଉତ୍ତେଜନା ରହିଛି । ରାଜ୍ୟର ଗୃହ ବିଭାଗ ମୁଖ୍ୟ ହିସାବରେ ତୁରନ୍ତ ଓକିଲଙ୍କ ଗିରଫଦାରୀ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଂସଦ ମାନେ ଚିଠିରେ ଦାବି କରିଛନ୍ତି । ଏହାସହ ତୁରନ୍ତ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଏହାବି ପଢନ୍ତୁ- ଆହର କେନ୍ଦ୍ରରେ ବଡବଡିଆଙ୍କ ଭିଡ଼, ଖାଦ୍ୟ ପାଉନାହାନ୍ତି ଅସହାୟ !

ପଶ୍ଚିମ ଓଡିଶାର 5 ଜଣ ବିଜେପି ସାଂସଦ ବରଗଡ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ମିଳିତ ଭାବେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.