ETV Bharat / state

ଓକିଲ ଆନ୍ଦୋଳନ ପ୍ରସଙ୍ଗ: 14ଜଣଙ୍କୁ ଗିରଫ କଲା ପୋଲିସ - ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗ

ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ 14ଜଣଙ୍କୁ ଗିରଫ କରିଛି । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କଚେରୀ ଛକରେ ୧୪୪ ଧାରା ଜାରି ହୋଇଛି । ଅଧିକ ପଢନ୍ତୁ

ଓକିଲ ଆନ୍ଦୋଳନ ପ୍ରସଙ୍ଗ
ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ଜଣଙ୍କୁ ଗିରଫ କଲା ପୋଲିସ
author img

By

Published : Dec 13, 2022, 8:33 AM IST

Updated : Dec 13, 2022, 11:40 AM IST

ଓକିଲ ଆନ୍ଦୋଳନ ପ୍ରସଙ୍ଗ

ସମ୍ବଲୁପର: ଆଇନଜୀବୀଙ୍କୁ ମହଙ୍ଗା ପଡିଲା ଆନ୍ଦୋଳନ। ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ 14ଜଣ ଗିରଫ ହୋଇଛନ୍ତି । କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ 14ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ 9 ଜଣଙ୍କ ଜାମିନ ନାମଞ୍ଜୁର ହେବାକୁ ସେମାନଙ୍କୁ ଜେଲ୍‌କୁ ପଠା ଯାଇଛି । କୋର୍ଟ ପରିସରରେ 144 ଧାରା ଲଗା ଯାଇଥିବା ବେଳେ ଏହି ଅଞ୍ଚଳରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛନ୍ତି l ଏହା ସହିତ ଯେଉଁମାନେ 200 ମିଟର ନିଷିଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ଗତକାଲି 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ହୋଇଥିଲା ।

ହାଇକୋର୍ଟ ବେଞ୍ଚ୍‌ ଦାବି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ପୋଲିସର ବ୍ୟାରିକେଟ ଭାଙ୍ଗି ବିଚାରପତିଙ୍କ ଚାମ୍ବର ଭିତରକୁ ବଳ ପୂର୍ବକ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ବିଚାରପତି ଫେରିଯାଇଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରି 14ଜଣଙ୍କୁ ଗିରଫ କରିଛି । ଆଗକୁ ସିସିଟିଭି ଫୁଟେଜ ଦେଖି ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସପି । ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...Action Against Advocates: ସମ୍ବଲପୁରର 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କଲା BCI

ପ୍ରକାଶ ଥାଉ କି ଗତକାଲି (ସୋମବାର) ଏହି ଆନ୍ଦୋଳନରେ ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଥିଲା ବାର କାଉନସିଲ ଅଫ ଇଣ୍ଡିଆ । ସମ୍ବଲପୁର ବାର ଆସୋସିଏସନ୍‌ର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କରିଥିଲେ BCI । ଲାଇସେନ୍ସ ସସ୍‌ପେଣ୍ଡ ନେଇ ପ୍ରେସ ରିଲିଜ ଜାରି କରି ସୂଚନା ଦେଇଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ତୁମୁଳକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ ଆଇନଜୀବୀ । ବିଭିନ୍ନ ବିରୋଧାତ୍ମକ ସ୍ଲୋଗନା ଦେବା ସହିତ କୋର୍ଟ ପରିସରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Dec 13, 2022, 11:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.