ETV Bharat / state

ହୀରାକୁଦରେ ଭିଡିଓ ଉତ୍ତୋଳନ ମାମଲା; ମୁହଁ ଖୋଲିଲେ ସ୍ବାସ୍ଥ୍ୟମନ୍ତ୍ରୀ - ନିଷିଦ୍ଧାଞ୍ଚଳ

ସମ୍ବଲପୁର ହୀରାକୁଦ ନଦୀବନ୍ଧର ନିଷିଦ୍ଧାଞ୍ଚଳରେ ଭିଡିଓ ଉତ୍ତୋଳନ କରି ଏବେ ବିବାଦରେ ଓଡିଆ ଅଭିନେତ୍ରୀଙ୍କ ସମେତ ମନ୍ତ୍ରୀ ନବ ଦାସଙ୍କ ଝିଅ। ହୀରାକୁଦ ଏସଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ।

PHOTO
ସମ୍ବଲପୁର
author img

By

Published : Dec 16, 2019, 9:15 PM IST

ଭୁବନେଶ୍ବର/ସମ୍ବଲପୁର: ସମ୍ବଲପୁର ହୀରାକୁଦ ନଦୀବନ୍ଧର ନିଷିଦ୍ଧାଞ୍ଚଳରେ 3 ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ଲଭଲିନା ନାୟକ ଓ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଲି ଦାସ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଏନେଇ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

VIDEO
ଭାଇରାଲ ଫଟୋ

ଭିଡିଓ ଉତ୍ତୋଳନ ନଦୀବନ୍ଧର ମଧ୍ୟ ଭାଗରେ ହୋଇଛି। ଏହି ସ୍ଥାନଙ୍କୁ କୌଣସି ବ୍ୟକ୍ତି ବିଶେଷଙ୍କୁ ଛାଡିବା ପୂର୍ବରୁ ସୁରକ୍ଷା ଯୋଗାଉ ଥିବା ସଂସ୍ଥା ପକ୍ଷରୁ କୌଣସି ପ୍ରକାର ଭିଡିଓ ବା ଫଟୋଗ୍ରାଫି କରିବାକୁ ବାରଣ କରାଯାଇଥାଏ। ଏହା ସହ ସବୁ ସାଧାରଣ ଲୋକଙ୍କୁ ଏହି ସ୍ଥାନକୁ ଛଡା ଯାଇନଥାଏ। ସେହି ସ୍ଥାନରେ ଭିଡିଓ ଓ ଫୋଟୋଗ୍ରାଫି ବାରଣ ଲେଖାଯାଇଥିଲେ ମଧ୍ୟ ଏହି ଶିକ୍ଷିତ ସମାଜର ବ୍ୟକ୍ତି କିପରି ଭିଡିଓ ଉତ୍ତୋଳନ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

VIDEO
ଭାଇରାଲ ଫଟୋ

ଉତ୍ତୋଳନ ହୋଇଥିବା ଭିଡିଓ ଯଦି କୌଣସି ଦେଶର ଶତ୍ରୁ ହାତକୁ ଯାଏ ତେବେ ହୀରାକୁଦ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇପାରେ। ହୀରାକୁଦରେ ବର୍ତ୍ତମାନ 630 ଫୁଟ ଜଳ ଥିବା ବେଳେ ଯଦି ଡ୍ୟାମରେ କିଛି ହୁଏ ତେବେ ହୀରାକୁଦର ତଳ ମୁଣ୍ଡରେ ଥିବା ଜିଲ୍ଲାର ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବ। ଏହି ଘଟଣାରେ ଯାହାର ଅବହେଳା ହୋଇଛି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସମ୍ବଲପୁରରେ ଦାବି ହୋଇଛି।

VIDEO
ଭାଇରାଲ ଫଟୋ

ଏନେଇ ହୀରାକୁଦ ଡ୍ୟାମର ସୁରକ୍ଷା ଦାୟିତ୍ବରେ ଥିବା OISF ର ଅଧିକାରୀ କ୍ୟାମେରା ଆଗରେ କିଛି ବି କହିବାକୁ ମନା କରିଛନ୍ତି। ତେବେ ସେ ସୂଚନା ଦେଇଛନ୍ତି ଯେ ହୀରାକୁଦ ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ତାଙ୍କୁ ଏହି ଗାଡିକୁ ଛାଡିବାକୁ କହିଥିବାରୁ ସେ ଏହି ଅଭିନେତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଝିଅ ଥିବା ଗାଡିକୁ ନଦୀବନ୍ଧର ନିଷିଦ୍ଧାଞ୍ଚଳ କୁ ଯିବାକୁ ଅନୁମତି ଦେଇଥିଲେ ବୋଲି କହିଛନ୍ତି। ତେବେ ସବୁଠାରୁ ବଡ କଥା ହେଲା ସମ୍ବଲପୁର ଏସପି କନୱର ବିଶାଳ ସିଂ ଏହି ଘଟଣାର ତଦନ୍ତ ଭାର ହୀରାକୁଦ ଏସଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କୁ ଦେଇଛନ୍ତି ଯିଏ ଏହି ଘଟଣାର ମୁଖ୍ୟ ଚରିତ୍ର। ଫଳରେ ଯେଉଁ ପୋଲିସ ଅଧିକାରୀ ଏବେ ସନ୍ଦେହଘେରରେ ସେ କିପରି ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରି ରିପୋର୍ଟ ଦେବେ ବୋଲି ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି।

VIDEO
ଭାଇରାଲ ଫଟୋ

ଏହି ସମ୍ବେଦନଶୀଳ ମାମଲାରେ ସମ୍ବଲପୁର ଏସପି କିଛି ବି କହିବାକୁ ମନା କରିଥିବା ବେଳେ ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ହୀରାକୁଦ ଡ୍ୟାମର ସୁରକ୍ଷା ଦାୟିତ୍ବ OISF ଉପରେ ରହିଛି। ଏଣୁ ହୀରାକୁଦ ଏସଡିପିଓ ଏବଂ OISF ଅଧିକାରୀଙ୍କ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ ।

ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା

ସେପଟେ ଏହି ଘଟଣକୁ ନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମନ୍ତ୍ରୀ କହିଛନ୍ତି ମୋ ଝିଅ ଜଣେ ଗ୍ରୋନ ଅପ ଗାର୍ଲ । ଆଇନ ତା ବାଟରେ ଯିବ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା ଏବଂ ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ନିସିଧାଞ୍ଚଳରେ ଫଟୋ ଭାଇରାଲ୍ ଘଟଣା, ମୁଁ କିଛି ଜାଣିନି, ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ: ନବ ଦାସ୍।

ଭାଇରାଲ ଭିଡିଓକୁ ନେଇ ନବ ଦାସଙ୍କ ପ୍ରତିକ୍ରିୟା । ଭିଡିଓକୁ ମୁ ଦେଖନି କି ଜାଣିନି । ଯିଏ ଥିଲା ତାକୁ ପଚାରନ୍ତୁ । ମୋ ଝିଅ ଜଣେ ଗ୍ରୋନ୍ ଅପ୍ ଗାର୍ଲ । ଆଇନ ତା ବାଟରେ କାମ କରିବ । ଆଇନ୍ ଅନୁସାରେ କାର୍ଯ୍ୟାନୁଷାଠାନ ହେବ।

Body:
ସୂଚନାଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାରର ନିଶିଧା ଅଞ୍ଚଳ ରେ ଭିଡିଓ ଓ ଫଟୋ ଉଠେଇ ଅଡ଼ୁଆରେ ଅଭିନେତ୍ରୀ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ। ଫଟୋ କି ଭିଡିଓ ଉଠେଇବା ପାଇଁ ସମ୍ପୂର୍ଣ ଭାବରେ ନିଷେଧ କରାଯାଇଥିବା ବେଳେ ଏମାନଙ୍କର ଫଟୋ ଭିଡ଼ିଓ କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭିଡିଓ ରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଅନ୍ୟ ଏକ ଅଭିନେତ୍ରୀଙ୍କ ଦେଖିବାକୁ ମିଳିଛି।ଏନେଇ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। ଏମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସ ଙ୍କ ଝିଅ ରହିଥିବା ବେଳେ ଏ ଭଳି ଭିଡିଓ ମୁଁ ଦେଖିନି କୁ ଜାଣିନି ବୋଲି କହିଛନ୍ତି ନବ ଦାସ। ଯିଏ ଥିଲା ତାକୁ ପଚାରନ୍ତୁ । ମୋ ଝିଅ ଜଣେ ଗ୍ରୋନ୍ ଅପ୍ ଗାର୍ଲ । ଆଇନ ତା ବାଟରେ କାମ କରିବ । ଆଇନ୍ ଅନୁସାରେ କାର୍ଯ୍ୟାନୁଷାଠାନ ହେବ।

Byte- ନବ କିଶୋର ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.