ETV Bharat / state

ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

author img

By

Published : Nov 21, 2019, 8:16 PM IST

ମନ୍ତ୍ରୀଙ୍କ ପ୍ରତିଶୃତି ପରେ ସମ୍ବଲପୁରରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର: ଗତ 15 ତାରିଖରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଧୀରେ ଧୀରେ ଆନ୍ଦୋଳନ ବ୍ୟାପୁଥିବା ଦେଖି ଗତକାଲି ଠାରୁ ରାଜ୍ୟ ସରକାର ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପ-ମୁଖ୍ୟ ସଚେତକ ରୋହିତ ପୂଜାହାରୀଙ୍କୁ ସମ୍ବଲପୁର ପଠାଇଥିଲେ । ଉଭୟ ନେତା ଆନ୍ଦୋଳନକୁ ସମାପ୍ତ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ସମ୍ବଲପୁରରେ ଆନ୍ଦୋଳନ ତିବ୍ରତର ହୋଇଥିଲା । ଅପରାହ୍ନ 1 ଟାରୁ ସମ୍ବଲପୁର ବରେଇପାଲି ଛକ ଠାରେ ଜାତୀୟ ରାଜପଥ- 53 ରେ ଧାନବସ୍ତା ବୋଝଇ ଗାଡି ରଖି ଅବରୋଧ କରିବା ସହ ରାଜରାସ୍ତାରେ ବସିଥିଲେ ଚାଷୀ। ଫଳରେ ରାଜରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ହଜାର ହଜାର ଗାଡି। କୌଣସି ଗାଡିକୁ ଛାଡିନଥିଲେ ଚାଷୀ। କେବଳ ଆମ୍ବୁଲାନ୍ସ କୁ ଏହି ରାସ୍ତା ଅବରୋଧରୁ ବାଦ ଦିଆଯାଇଥିଲା। ଯଦ୍ବାରା ଏକ ଅଭାବନୀୟ ସ୍ଥିତି ସେଠାରେ ଉପୁଜିଥିଲା । ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି, ଏସଡିପିଓ, ସମ୍ବଲପୁର ଉପଜିଲ୍ଲାପାଳ ସହ ବହୁ ପରିମାଣରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଉପଜିଲ୍ଲାପାଳ ଆସି ଚାଷୀଙ୍କୁ ବୁଝାସୁଝା ପରେ ମଧ୍ୟ ଚାଷୀ ଆନ୍ଦୋଳନରୁ ଉଠିନଥିଲେ।

ପରେ ଘଟଣାର ସମାଧାନ ପାଇଁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀ ଚାଷୀଙ୍କ ଦାବି ଶୁଣିବା ସହ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ଟୋକନ ବ୍ୟବସ୍ଥାକୁ ସରଳ କରାଯିବ । ଯେଉଁ ଚାଷୀ ଯେତେବେଳେ ଧାନ ବିକ୍ରି କରିବା ପାଇଁ ଚାହିଁବେ ତତକ୍ଷଣାତ ତାଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି କହିଥିଲେ । ଏହାସହ ଏକର ପିଛା ଧାନ ବିକ୍ରି କରିବାର ଧାର୍ଯ୍ୟ ପରିମାଣରେ ମଧ୍ୟ ବୃଦ୍ଧି କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଚାଷୀ । ଫଳରେ15 ତାରିଖରୁ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ବଲପୁରରେ ପ୍ରତ୍ୟାହୃତ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ମନ୍ତ୍ରୀ ଶୁସାନ୍ତ ସିଂ ଙ୍କ ପ୍ରତିଶ୍ରୁତି ପରେ ରାଜ ରାସ୍ତା ଅବରୋଧ ଆନ୍ଦୋଳନ ରୁ ଓହରିଲେ ଚାଷୀ। ଧାନ କ୍ରୟ ପ୍ରକ୍ରିୟା ରେ ଟୋକନ ବ୍ୟବସ୍ଥା କୁ ବିରୋଧ ଏହି ଅପରାହ୍ନ 1 ଟାରୁ ସମ୍ବଲପୁର ବରେଇପାଲି ଛକ ଠାରେ NH 53 ରେ ଧାନ ବସ୍ତା ବୋଝଇ ଗାଡି ରଖି ଅବରୋଧ କରିବା ସହ ରାଜ ରାସ୍ତାରେ ବସିଥିଲେ ଚାଷୀ। ରାଜ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ଯାଇଥିଲା ହଜାର ହଜାର ଗାଡ଼ି। କୋୖଣସି ଗାଡିକୁ ଛାଡିନଥିଲେ ଚାଷୀ।କେବଳ ଆମ୍ବୁଲାନ୍ସ କୁ ଏହି ରାସ୍ତା ଅବରୋଧରୁ ବାଦ ଦିଆଯାଇଥିଲା।

Body:ଅପରାହ୍ଣ 1 ରୁ 4 ଟା ପର୍ଯ୍ୟନ୍ତ ଏହି ଅବରୋଧ ହେବା ଫଳରେ ବହୁ ସମସ୍ୟା ଦେଖାଯାଇଥିଲା। ଘଟଣା ସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି, ଏସଡିପିଓ, ସମ୍ବଲପୁର ଉପଜିଲ୍ଲାପାଳ ସହ ବହୁ ପରିମାଣରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଉପଜିଲ୍ଲାପାଳ ଙ୍କ ବୁଝା ସୁଝା ପରେ ମଧ୍ୟ ଚାଷୀ ଆନ୍ଦୋଳନ ରୁ ଉଠିନଥିଲେ। ପରେ ଆନ୍ଦୋଳନ ସ୍ଥଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଆସି ଚଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ରେ ଏହା ପ୍ରତିଶ୍ରୁତି ଡିଆଗଲାଯେ ଟୋକନ ବ୍ୟବସ୍ଥା ରହିବ ତେବେ ଏହାକୁ ସରଳିକରଣ କରାଯିବ। ଏହା ଦ୍ୱାରା ଯେଉଁ ଚାଷୀ ଯେତେବେଳେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିବ ତାହା ବିକି ପାରିବ। ଯେଉଁ ଚାଷୀ ପାଖରେ ଟୋକନ ନଥିବ ତା ପାଇଁ ତତ୍କାଳ ଟୋକନ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।ଏହା ସହ ଏହା ସହ ଏକର ପିଛା ଧାନ ବିକ୍ରି କରିବାର ଧାର୍ଯ୍ୟ ପରିମାଣ ରେ ମଧ୍ୟ ବୃଦ୍ଧି କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ରୁ ଓହରିଥିଲେ ଚାଷୀ ଓ ରାସ୍ତା ଅବରୋଧ ହଟିଥିଲା।

Conclusion:ଆସନ୍ତା କାଲି ଠାରୁ ଜିଲ୍ଲାର ସବୁ ଧାନ ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟା ସ୍ଵଭାବିକ ହେବ ବୋଲି ଆଶା କରାଯାଉଛି।ତେବେ ଧାନ କ୍ରୟ ରେ ପୁଣି ଅବ୍ୟବସ୍ଥା ଦେଖାଗଲେ ପୁଣି ଆନ୍ଦୋଳନ ର ହେବାର ସମ୍ଭାବନା ରହିଛି।

ବାଇଟ-1-ଶୁସାନ୍ତ ସିଂ,ଶ୍ରମ ମନ୍ତ୍ରୀ।
ବାଇଟ-2-ଅଶୋକ ପ୍ରଧାନ, ଆବାହକ,ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ମୟ ସମିତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.