ETV Bharat / state

ଚାଷୀ ମୁଣ୍ଡରେ ଚଡକ, ଚିନ୍ତା ବଢାଉଛି ରୋଗ ପୋକ - କ୍ଷେତରେ ସୁନାର ଫସଲ

ଧାନ ଫୁଟି କ୍ଷୀର ଖାଇବା ସମୟରେ ଧାନ କେଣ୍ଡା ସବୁ ନଷ୍ଟ ହୋଇଯାଉଛି । ଏପରି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି କ୍ଷେତରେ ସୁନାର ଫସଲ ଫୁଟାଇଥିବା ସମ୍ବଲପୁର ଚାଷୀ ଏବେ ହତାଶ ହୋଇପଡିଛି ।

ଚିନ୍ତା ବଢାଉଛି ରୋଗ ପୋକ: ଚାଷୀ ମୁଣ୍ଡରେ ଚଡକ
author img

By

Published : Nov 7, 2019, 11:55 PM IST

ସମ୍ବଲପୁର: ଜିଲ୍ଲାର 3ଟି ବ୍ଲକର ଚାଷୀଙ୍କୁ ଘାରୁଛି ଧାନ ବିଲରେ ଅଜଣା ରୋଗ ଚିନ୍ତା । ସମ୍ବଲପୁରର ମୁଖ୍ୟତଃ ମାନେଶ୍ବର, ଧନକଉଡା ଓ ଯୁଜୁମୁରା ବ୍ଲକରେ ଚଷୀଙ୍କ ଶହ ଶହ ଏକର ଅମଳକ୍ଷମ ଚାଷ ଜମିରେ ଏକ ଅଜଣା ରୋଗ ହେବାରୁ ଚାଷୀ ମୁଁହରୁ ହଜିଯାଇଛି ହସ ।

ଚିନ୍ତା ବଢାଉଛି ରୋଗ ପୋକ: ଚାଷୀ ମୁଣ୍ଡରେ ଚଡକ

ଧାନ ଫୁଟି କ୍ଷୀର ଖାଇବା ସମୟରେ ଧାନ କେଣ୍ଡା ସବୁ ନଷ୍ଟ ହୋଇଯାଉଛି । ଏପରି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି କ୍ଷେତରେ ସୁନାର ଫସଲ ଫୁଟାଇଥିବା ସମ୍ବଲପୁର ଚାଷୀ ଏବେ ହତାଶ ହୋଇପଡିଛି । ସେପଟେ କୀଟନାଶକ ସିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଚାଷୀ ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା 200 ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ଏମିତି ରୋଗ ହୋଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସହ ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ଏକ ଟିମ୍ ଗଠନ ହୋଇଥିବାର ମଧ୍ୟ ସେ କହିଛନ୍ତି ।

ବ୍ୟବହାର ହେଉଛି ବିଭିନ୍ନ ପ୍ରକାର କୀଟନାଶକ । ମାତ୍ର ମିଳୁନି ସୁଫଳ । ଏଭଳି ପରିସ୍ଥିତିରେ ଏବେ ଚାଷୀ ସରକାରୀ ସହାୟତାକୁ ଅନାଇ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ୍ ରଣା, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.