ETV Bharat / state

ତତଲା ତାୱାରେ ସମ୍ବଲପୁର ! - ସମ୍ବଲପୁର ଉତ୍ତପ୍ତ ସହର

ଅସହ୍ୟ ଗରମରେ ସିଝୁଛି ସମ୍ବଲପୁର । ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ ସବୁଠୁ ଉତ୍ତର ସହର ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

heat wave in sambalpur
ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ
author img

By

Published : May 16, 2023, 9:22 PM IST

ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ

ସମ୍ବଲପୁର: ବଢୁଛି ତାତି, ତତଲା କଡେଇରେ ଭାଜି ହେଉଛି ସମ୍ବଲପୁର ସହର l ସମ୍ବଲପୁରରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ବେଳେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ରାତିରେ ମଧ୍ୟ ତାତିରୁ ନିସ୍ତାର ନାହିଁ l ଆଜି (ମଙ୍ଗଳବାର) ସମ୍ବଲପୁରରେ ୪୪.୩ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ ହୋଇଛି । ତେବେ ଆହୁରି ତିନିଦିନ କଲବଲ କରିବ ତାତି । ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତା ତିନିଦିନ ପାଇଁ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ: Weather Update: ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ 9 ଟାରୁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । କାମ ଥିଲେ ଲୋକେ ଛତା, ମୁହଁରେ ଗାମୁଛା ବାନ୍ଧି ବାହାରୁଛନ୍ତି l ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାଁନ୍ତି l ଖରାରେ ସତେ ଯେମିତି କୁଲର, ଏସି ମଧ୍ୟ କାମ ଦେଉନି । ଟାଣ ଖରାରେ ମନକୁ ଟିକିଏ ପୂର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବାପାଇଁ ଆଖୁ ରସ ଓ ଲସି, ସର୍ବତ ଦୋକାନରେ ସଭିଙ୍କ ଭିଡ଼ ଜମୁଛି l ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 48 ଘଣ୍ଟାରୁ 72 ଘଣ୍ଟା ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ l ଏଭଳି ପରିସ୍ଥିତିରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସହରବାସୀଙ୍କୁ ନିହାତି କାମ ନପଡିଲେ ଦିନ 10ଟା ପରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି l ଘରୁ ବାହାରିଲେ ଛତା, ଜୋତା, ଗାମୁଛା ପାଣି ସହ ବାହାରିବାକୁ ପରାମର୍ଶ ଦିଆଯାଇଛି l

ଅଧିକ ପଢ଼ନ୍ତୁ: ସବୁଠୁ ଉତ୍ତପ୍ତ ସହର ବଲାଙ୍ଗୀର, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ

ତେବେ କେତେକ ସ୍ଥାନରେ ଲୋକଙ୍କୁ ସଚେତନତା କରାନଯାଇଥିବା ଅଭିଯୋଗ ମଧ୍ୟ ହୋଇଛି l କେତେକ ସ୍ଥାନରେ ଜଳଛତ୍ର ନଥିବାର ମଧ୍ୟ ଅଭିଯୋଗ ହୋଇଛି l ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲା ପ୍ରଶାସନ ପୁରାପୁରି ପ୍ରସ୍ତୁତ ରହିଛି l ଅଂଶୁଘାତ ମୁକାବିଲା ପାଇଁ ହସ୍ପିଟାଲରେ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହାସହ ଜିଲ୍ଲାକୁ ବର୍ତ୍ତମାନ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାରୁ କେତେକ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.