ETV Bharat / state

ବାରଣ୍ଡାରେ ବସି ଆହାର ଖାଇଲେ ସମ୍ବଲପୁର ଜିଲ୍ଲାପାଳ, ଦେଖନ୍ତୁ ଭିଡିଓ

ବାରଣ୍ଡାରେ ବସି ଆହାର ଖାଇଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ।

author img

By

Published : Apr 25, 2020, 8:13 PM IST

sambalpur-district-magistrate-ate-ahara-meal-at-bus-stop
ବାରଣ୍ଡାରେ ବସି ଆହାର ଖାଇଲେ ସମ୍ବଲପୁର ଜିଲ୍ଲାପାଳ, ଦେଖନ୍ତୁ ଭିଡିଓ

ସମ୍ବଲପୁର: ଲକଡାଉନ ସମୟରେ ବାରଣ୍ଡାରେ ବସି ଆହାର ମିଲ ଖାଇଲେ ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳଙ୍କ କୁଚିଣ୍ଡା ଉପଖଣ୍ଡ ଗସ୍ତ ସମୟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ବାରଣ୍ଡାରେ ବସି ଆହାର ଖାଇଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ।

କୁଚିଣ୍ଡା ଉପଖଣ୍ଡ ଗସ୍ତ ଅବସରରେ ଲକଡାଉନରେ ଦିଆ ଯାଉଥିବା ଆହାରର ମାନ ଯାଞ୍ଚ କରିବା ପାଇଁ ଆହାର କେନ୍ଦ୍ରର କର୍ମଚାରୀଙ୍କ ଠାରୁ ଆହାର ମାଗି ଏକ ବାରଣ୍ଡାରେ ବସି ଉପଜିଲ୍ଲାପାଳଙ୍କ ସହିତ ଖାଇବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଅଚାନକ କୁଚିଣ୍ଡା ଗସ୍ତରେ ଆସି କୁଚିଣ୍ଡା ଉପଖଣ୍ଡର ସମସ୍ତ ବିଭାଗର ନୋଡାଲ ଅଫିସର ତଥା ପିଏଆଇଟିଡିଏ, ଏନଏସିଈଓ, ବିଡ଼ିଓ, ତହସିଲଦାରଙ୍କ ସହିତ ଏକ ଜରୁରୀ ବୈଠକ କରିଥିଲେ । ଏହାପରେ ଅଞ୍ଚଳରେ ଥିବା କିଛି ଆଇସୋଲେସନ ସେଣ୍ଟର ବୁଲି ତଦାରଖ କରିବା ପରେ ସେ ବାରଣ୍ଡାରେ ବସି ଏମିତି ଆହାର ଖାଦ୍ୟ ଖାଇଥିଲେ । ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ରାସ୍ତା କଡ଼ରେ ଏକ ବାରଣ୍ଡାରେ ବସି ଖାଇବା ଦୃଶ୍ୟକୁ ଦେଖି କର୍ତ୍ତବ୍ୟ ଆଗରେ ସବୁକିଛି ସମ୍ଭବ ବୋଲି ଚର୍ଚ୍ଚା ଜୋର ଧରିଛି ।

ସମ୍ବଲପୁରରୁ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.