ସମ୍ବଲପୁର: ମଙ୍ଗଳବାର ସମ୍ବଲପୁରରେ ଚିହ୍ନଟ ହୋଇଥିବା 113 ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ସମସ୍ତ ପଜିଟିଭ ମାମଲା ସମ୍ବଲପୁର ମହାନଗର ନିଗମ, ରେଙ୍ଗାଲୀ, କୁଚିଣ୍ଡା, ନାକଟିଦେଉଳ, ବାମରା, ଜମେନକିରା ଅଞ୍ଚଳର । ସମସ୍ତ ଆକ୍ରାନ୍ତ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି।
![ସମ୍ବଲପୁରରେ 5 ହଜାର ପାର କୋରୋନା ସଂକ୍ରମଣ ସଂଖ୍ୟା](https://etvbharatimages.akamaized.net/etvbharat/prod-images/od-sam-03-covid-update-sambalpur-dry-7202776_22092020204450_2209f_03158_878.jpg)
ବର୍ତ୍ତମାନ ସମ୍ବଲପୁରରେ 5063 ଜଣ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ 3830 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଜିଲ୍ଲାରେ 1211 ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା 22 ପହଞ୍ଚିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ