ETV Bharat / state

ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବାକୁ ପ୍ରତି ବ୍ଲକରେ ହେବ କର୍ମଶାଳା

ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ହେବ କର୍ମଶାଳା । ଏ ନେଇ ଗୁରୁବାର ବସିଥିବା ବୈଠକରେ ନିଷ୍ପତ୍ତି ନେଇଛି ସମ୍ବଳପୁର ପ୍ରଶାସନ । ଅଧିକ ପଢନ୍ତୁ..

author img

By

Published : Mar 11, 2021, 9:50 PM IST

ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବାକୁ ପ୍ରତି ବ୍କକରେ ହେବ କର୍ମଶାଳା

ସମ୍ବଲପୁର: ଫେବୃଆରୀ 15ରୁ ଜୁନ 15 ପର୍ଯ୍ୟନ୍ତ ସମୟକୁ ‘ଅଗ୍ନି ଋତୁ’ ଭାବେ ବିବେଚନା କରାଯାଏ । ଏଣୁ ଏହି ସମୟରେ ପ୍ରାକୃତିକ ଭାବେ ଜଙ୍ଗଲରେ ନିଆଁ ଲାଗିଥାଏ , ଅଥବା କିଛି ଖଳ ପ୍ରକୃତିର ଲୋକ କୃତ୍ରିମ ଉପାୟ ଏଭଳି କାମ କରିଥାନ୍ତି । ତେବେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ହାତକୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି କର୍ମଶାଳା ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡ଼ିଯିବା ସହିତ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ।

ତେବେ ଏହି କ୍ରମରେ ସମ୍ବଲପୁର ଠାରେ ମଧ୍ୟ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏଥିପାଇଁ ଜିଲ୍ଲା ର ବିଭିନ୍ନ ବ୍ଳକରେ ବିଶେଷ ଵୈଠକ ଅନୁଷ୍ଠିତ ହେବା ସହ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ସଚେତନ କରାଯାଉଛି। ସମ୍ବଲପୁରରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି । ଏଥିପାଇଁ ଜିଲ୍ଲା ର ସମସ୍ତ ୯ ଗୋଟି ବ୍ଳକରେ ଲୋକଙ୍କ ସହ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମାନଙ୍କୁ ସଚେତନ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର ମାନେଶ୍ବର ବ୍ଳକ ଠାରୁ ପ୍ରଥମେ ଏହି ସଚେତନତା କର୍ମଶାଳା ଆରମ୍ଭ ହୋଇଥିବା ବେଳେ ଆଗକୁ ଜିଲ୍ଲା ସାରା ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ମାନେଶ୍ବର ବ୍ଳକରେ ବିଡ଼ିଓ ,ବ୍ଳକର ସବୁ ସରପଞ୍ଚ, ସମିତି ସଭ୍ୟ , ଜିଲ୍ଲା ପରିଷଦ ସଭ୍ୟ, ବନବିଭାଗ ଅଧିକାରୀ , ଅଗ୍ନିଶମ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସେମାନଙ୍କୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ନିଆଯିବ ସେନେଇ ସଚେତନ କରାଯାଇଥିଲା ।

ଜିଲ୍ଲାର ମାନେଶ୍ବର ବ୍ଳକ ଅଧିନରେ ସଦର ଫରେଷ୍ଟ , ଧମା ଫରେଷ୍ଟ ସହ ବହୁ ଗୁରୁତ୍ବପୂର୍ଣ୍ଣ ଜଙ୍ଗଲ ପରିସୀମା ରହିଛି । ତେଣୁ ଏହାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଜିଲ୍ଲା ରେ ଥିବା ସବୁ ସଂରକ୍ଷିତ ଜଙ୍ଗଲ ରେ ନିଆଁ ଯେପରି ନ ଲାଗିବ ସେ ନେଇ ଚେଷ୍ଟା ରହିଛି ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି । ଏଥିସହ ସମ୍ବଲପୁରରେ ବନବିଭାଗ , ପୋଲିସ ବିଭାଗ ସଜାଗ ହେବାସହ ପ୍ରତିଦିନ ବିଭିନ୍ନ ସ୍ଥାନରେ ପରିଦର୍ଶନ କରି ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ସେନେଇ ଦୄଷ୍ଟି ଦେଉଛନ୍ତି । ଏହାଛଡା ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଏ ତେବେ ତା ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଜଙ୍ଗଲରେ ନିଆଁ ଲାଗୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡ଼ିଯିବା ସହିତ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଥିବା ବେଳେ ଏହା ବେଶ ସହାୟକ ହେବା ଆଶା କରାଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.