ETV Bharat / state

ସାଇକେଲରେ 550 କିମି ଯାତ୍ରା କରି ଉମଲିଙ୍ଗ ଲା’ ପହଞ୍ଚିଲେ ସମ୍ବଲପୁର ଡିଏଫଓ, ଦେଲେ ଜଙ୍ଗଲ ସୁରକ୍ଷା ବାର୍ତ୍ତା

author img

By

Published : Jul 28, 2023, 10:20 AM IST

Updated : Jul 28, 2023, 10:49 AM IST

ଜଙ୍ଗଲ ସୁରକ୍ଷା ସଚେତନତା ପାଇଁ ମାଉଣ୍ଟ ଏଭରେଷ୍ଟର ବେସ କ୍ୟାମ୍ପ ଠାରୁ ବି ଉଚ୍ଚରେ ଥିବା ବିଶ୍ୱର ଉଚ୍ଚତମ ମୋଟରେବୁଲ ପାସ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରିଛନ୍ତି ସମ୍ବଲପୁର ଡିଏଫଓ ବିଶ୍ବନାଥ ନୀଳାମ୍ବର । ଅଧିକ ପଢନ୍ତୁ

sambalpur dfo embarks on cycle journey
ସମ୍ବଲପୁର ଡିଏଫଓଙ୍କ ସଫଳ ସାଇକେଲ ଯାତ୍ରା,
sambalpur dfo embarks on cycle journey

ସମ୍ବଲପୁର: ଜଙ୍ଗଲ ସୁରକ୍ଷାକୁ ଡିଭିଜନାଲ ବନ ଅଧିକାରୀଙ୍କ ଗୁରୁତ୍ବ । ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ସମ୍ବଲପୁର ଡ଼ିଏଫଓ ବିଶ୍ଵନାଥ ନୀଳାମ୍ବର ଦୁଃସାହସିକ ସାଇକେଲ ଯାତ୍ରା କରିଛନ୍ତି l ମାଉଣ୍ଟ ଏଭରେଷ୍ଟର ବେସ କ୍ୟାମ୍ପ ଠାରୁ ବି ଉଚ୍ଚରେ ଥିବା ବିଶ୍ୱର ଉଚ୍ଚତମ ମୋଟରେବୁଲ ପାସ ପର୍ଯ୍ୟନ୍ତ ସଫଳ ସାଇକେଲ ଯାତ୍ରା କରିଛନ୍ତି ସମ୍ବଲପୁର ଡିଏଫଓ ବିଶ୍ବନାଥ ନୀଳାମ୍ବର ।

ପାହାଡିଆ ରାସ୍ତାରେ 550 କିମି ସାଇକେଲ ଯାତ୍ରା କରି ସେ ଏବେ ଚର୍ଚ୍ଚାରେ ଅଛନ୍ତି ସମ୍ବଲପୁର ଡିଏଫଓ l ଏହିଭଳି ସଫଳତା ପାଇବାରେ ସେ ପ୍ରଥମ IFS ଅଧିକାରୀ ବୋଲି ମଧ୍ୟ କୁହାଯାଉଛି । ମାଉଣ୍ଟ ଏଭରେଷ୍ଟର ବେସକ୍ୟାମ୍ପଠୁ ବି ଉଚ୍ଚ ପାହାଡ ରାସ୍ତାରେ ସାଇକେଲରେ 550 କିଲୋମିଟର ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁର ଡିଏଫଓ ବିଶ୍ବନାଥ ନୀଳାମ୍ବର । ଲେହରୁ "ଉମଲିଙ୍ଗଲା" ଯାଏଁ ସାଇକେଲ ଯାତ୍ରା କରି ବଡ ରେକର୍ଡ କରିଛନ୍ତି l ଜୁଲାଏ 14ରେ ବାହାରି ଜୁଲାଇ 22ରେ ଉମଲିଙ୍ଗଲା ପହଞ୍ଚି ଥିଲେ ସମ୍ବଲପୁର ଡିଏଫଓ ବିଶ୍ଵନାଥ ନୀଳାମ୍ବର ।

ମାଉଣ୍ଟ ଏଭେରେଷ୍ଟଠୁ ବି ଉଚ୍ଚରେ ଥିବା ପୃଥିବୀର ଉଚ୍ଚତମ ମଟରେବୁଲ ପାସ୍ 'ଉମଲିଙ୍ଗ ଲା'ରେ ସଫଳତାର ସହ ପହଞ୍ଚି ଏବେ ଚର୍ଚ୍ଚାରେ ବିଶ୍ବନାଥ l ଏଭରେଷ୍ଟର ବେସ କ୍ୟାମ୍ପରୁ ବି ଅଧିକ ଉଚ୍ଚତାରେ ସାଇକେଲ ଚଳାଇଛନ୍ତି ଆଇଏଫଏସ ଅଧିକାରୀ ଜଣଙ୍କ । ଜନସାଧାରଣଙ୍କ ମନରେ ଜଙ୍ଗଲ ସୁରକ୍ଷାକୁ ନେଇ ସଚେତନ କରାଇବା ପାଇଁ ସେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି l ପ‍ାହାଡ ଚଢା ବେଳେ କେତେବେଳେ ଖରା ତ ଆଉ କେତେବେଳେ ବର୍ଷାର ସାମ୍ନା କରିଥିଲେ ଡିଏଫଓ ବିଶ୍ଵନାଥ ନୀଳାମ୍ବର l ହେଲେ ଅଟକି ନଥିଲା ଯାତ୍ରା ଜାରି ରଖିଥିଲେ । "ୟୁଥ୍ ଆସୋସିଏସନ ଅଫ ଇଣ୍ଡିଆ"ତରଫରୁ ଆୟୋଜିତ ଏହି କାଯ୍ୟକ୍ରମରେ 46 ଜଣ ମଧ୍ୟରୁ 35 ଜଣ ସଫଳତାର ସହ ପହଞ୍ଚିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଗୋଟିଏ ଗୋଡରେ ସାଇକେଲ ଯାତ୍ରା, ପାର୍‌ କଲେ ୨ ଲକ୍ଷ କିଲୋମିଟର

ଏହା ବି ପଢନ୍ତୁ...63 ବର୍ଷରେ ମହିଳାଙ୍କ ସାଇକେଲ ଯାତ୍ରା, ହାରିଛି ବୟସ ଆଉ ଦୁର୍ଘଟଣା

ଏହା ବି ପଢନ୍ତୁ...ପରିବେଶ ସଚେତନତା ବାର୍ତ୍ତା ନେଇ ଭଦ୍ରକରୁ ରାଇସିନା ଅଭିମୁଖେ ସାଇକେଲ ଯାତ୍ରା

ଜଙ୍ଗଲ ସୁରକ୍ଷା ନେଇ ସମ୍ବଲପୁର ଡିଏଫଓଙ୍କ ଏହି ସଫଳ ସାଇକେଲ ଯାତ୍ରାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଏନେଇ ସମ୍ବଲପୁରରେ ଖୁସିର ଲହରୀ ଖେଳିଯାଇଛି l ଡିଏଫଏଓ ବିଶ୍ଵନାଥ ନୀଳାମ୍ବରଙ୍କ ଦୁଃସାହସିକ ସାଇକେଲ ଯାତ୍ରା ଅନେକଙ୍କୁ ପ୍ରେରଣା ଦେବ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 28, 2023, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.