ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସମ୍ବଲପୁର ଡ୍ରାଇଭର ମହାସଂଘ

author img

By

Published : Nov 5, 2022, 7:27 AM IST

9 ଦଫା ଦାବି ନେଇ ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘର ଏକ ଦଳ ଦଣ୍ଡବତ ଯୀତ୍ରାରେ ବାହାରିଥିବା ବେଳେ ଶୁକ୍ରବାର ଅନ୍ୟ ସଂଘର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ସମ୍ବଲପୁର ଡ୍ରାଇଭର ମହାସଂଘ

ସମ୍ବଲପୁର: 9 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଏହି ଦାବିନେଇ ସମ୍ବଲପୁରର ଡ୍ରାଇଭର ମହାସଂଘର ଏକ ଦଳ ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରାରେ ବାହାରିଥିବା ବେଳେ ଶୁକ୍ରବାର ଅନ୍ୟ ସଂଘର ଆଉ ଏକ ଦଳ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି । ରାଜ୍ୟ ସରକାର ଯଥାଶୀଘ୍ର ସଂଘର ଦାବି ପୂରଣ ନକଲେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଡ୍ରାଇଭର ପରିବାରର ସଦସ୍ୟ ଭୋଟ ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଶୁକ୍ରବାର 9 ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲା ଡ୍ରାଇଭର ମହାସଂଘ । ଗତମାସ 18 ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ପୀଠରୁ ବାହାରି ଦଣ୍ଡବତ ପ୍ରଣାମ କରି କରି ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ନବୀନ ନିବାସ ମୁହାଁ ହୋଇଛି । ଅନ୍ୟପଟେ ଡ୍ରାଇଭର ମହାସଂଘର ଏକ ଶାଖା ସମ୍ବଲପୁରରେ ଦଣ୍ଡବତ ପ୍ରଣାମ ଯାତ୍ରା କରି ଅଭିନବ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ଏହା ମଧ୍ୟ ପଢନ୍ତୁ: Cage culture farming: ହୀରାକୁଦ ଜଳରାଶିରେ ମାଛ ଚାଷ କରି ସ୍ୱାବଲମ୍ବୀ ମହିଳା

ମହାସଂଘର କହିବା ମୁତାବକ, ଡ୍ରାଇଭରଙ୍କ ବାବଦରେ ସରକାର ଗମ୍ଭୀର ନୁହନ୍ତି । ତାଙ୍କର 9 ଦଫା ଦଫା ଦାବି ମୁତାବକ ଡ୍ରାଇଭର ଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, 100/150 କିଲୋମିଟର ମଧ୍ୟରେ ଡ୍ରାଇଭରଙ୍କ ପାଇଁ ରେଷ୍ଟ ରୁମ, ପେନସନ ଯୋଜନା ଲାଗୁ କରିବା ପାରି ପ୍ରମୁଖ ଦାବି ରହିଛି । ତେବେ ସରକାର ସଂଘର ଦାବି ଗୁଡିକ ବାବଦରେ ଆଲୋଚନା କରି ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଦାବି ପୂରଣ ପାଇଁ ସରକାର ସମୟ ମାଗିଥିଲେ କିନ୍ତୁ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ସରକାର କୌଣସି ଦାବି ପୂରଣ କରି ନ ଥିବାରୁ ସଂଘ ବାଧ୍ୟ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି ବୋଲି କହିଛି ।

ଆଉ କିଛି ଦିନ ଭିତରେ ସମ୍ବଲପୁରରୁ ଦଣ୍ଡବତ ପ୍ରଣାମ କରି ଯାଉଥିବା ସଂଘର ଦଳ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ପହଞ୍ଚିବ । ନବୀନ ନିବାସରେ ପହଞ୍ଚିବା ପରେ ଦାବି ଜଣାଇବ ଡ୍ରାଇଭର ମହାସଂଘ । ତାପରେ ଯଦି ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ସଂଘ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । କେବଳ ଆମ୍ବୁଲାନ୍ସ ସେବାକୁ ଛାଡି ସମସ୍ତ ଗାଡିକୁ ବନ୍ଦ କରାଯିବ ବୋଲି ମଧ୍ୟ ଧମକ ଦେଇଛି ଡ୍ରାଇଭର ମହାସଂଘ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.