ETV Bharat / state

Vigilance Raid: ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

author img

By

Published : Feb 14, 2022, 11:12 AM IST

Updated : Feb 14, 2022, 11:53 AM IST

ଭିଜିଲାନ୍ସ ଜାଲରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର । ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଅଧିକ ପଢ଼ନ୍ତୁ

vigilance raid in sambalpur
Vigilance Raid: ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର । ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି।

ilance Raid: ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

ସମ୍ବଲପୁର ସହରର ଗ୍ରୀନ ପାର୍କ ରେସିଡେନ୍ସି ଠାରେ ଥିବା ସୁନିଲ ପଣ୍ଡାଙ୍କ ୨୦୩ ଓ ୨୦୧ ନମ୍ବର କୋଠାରେ ଭିଜିଲାନ୍ସ ଚଢାଉ ଆରମ୍ଭ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଆଦେଶ ବଳରେ ତାଙ୍କ ବାସଭବନରେ ରେଡ ଚାଲିଛି । ସମ୍ବଲପୁର ଭିଜିଲାନ୍ସ ଡିଭିଜନର ୨ ଜଣ ଡିଏସପି, ୯ ଇନ୍ସପେକ୍ଟର ଓ ୨ ଏସଆଇ ଏହି ରେଡରେ ସାମିଲ ହୋଇଛନ୍ତି ।

ଚଢ଼ାଉ ବେଳେ ତାଙ୍କ ବାସଭବନରୁ ଲକ୍ଷାଧିକ ନଗତ ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମିଳିଥିବା ସୂଚନା ରହିଛି । ତେବେ କେତେ ପରିମାଣର ସେ ସମ୍ପତ୍ତି ଠୁଳ କରିଛନ୍ତି ତାହା ଆକଳନ ପରେ ଜଣାପଡିବ । ଅନ୍ୟପଟେ ଭୁବନେଶ୍ବରର ଖଣ୍ଡଗିରିଠାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ ଚାଲିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 14, 2022, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.