ETV Bharat / state

ଫେବୃଆରୀ 2ରୁ ଖୋଲିବ ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିଅମ - Sambalpur Burla planetarium

ଆସନ୍ତା ଫେବ୍ରୁଆରୀ 2 ରୁ ଖୋଲିବ ସମ୍ବଲପୁର ବୁର୍ଲା ସ୍ଥିତ ଏପିଜେ ଅବଦୁଲ କାଲାମ ପ୍ଲାନେଟରିଅମ । ଏନେଇ ପ୍ଲାନେଟରିଅମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ଫେବୃଆରୀ 2ରେ ଖୋଲିବ ସମ୍ବଲପୁର ବୁର୍ଲା ସ୍ଥିତ ପ୍ଲାନେଟୋରୀୟମ

author img

By

Published : Jan 30, 2021, 2:50 PM IST

ସମ୍ବଲପୁର: ଆସନ୍ତା ଫେବୃଆରୀ 2 ରୁ ଖୋଲିବ ସମ୍ବଲପୁର ବୁର୍ଲା ସ୍ଥିତ ଏପିଜେ ଅବଦୁଲ କାଲାମ ପ୍ଲାନେଟରିଅମ । ଏନେଇ ପ୍ଲାନେଟରିଅମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ସୋ’ରେ 50 ଜଣଙ୍କୁ ପ୍ଲାନେଟରିଅମ ଭିତରକୁ ଛଡ଼ାଯିବାର ନିଷ୍ପତ୍ତି ନିଆଯାଇଛି ।

ଫେବୃଆରୀ 2ରେ ଖୋଲିବ ସମ୍ବଲପୁର ବୁର୍ଲା ସ୍ଥିତ ପ୍ଲାନେଟୋରୀୟମ

ପ୍ରାଥମିକ ଭାବେ ଦୈନିକ 2ଟି ସୋର ଆୟୋଜନ କରାଯିବ ବୋଲି କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦେଇଛନ୍ତି । ଦିନ 2 ଟାରୁ 5ଟା ପର୍ଯ୍ୟନ୍ତ ସୋ ଚାଲିବ । କୋଭିଡ ଯୋଗୁଁ ରାଜ୍ୟର 2ଟି ଯାକ ପ୍ଲାନେଟରିଅମ ଦୀର୍ଘ 10 ମାସ ଧରି ବନ୍ଦ ରହିଥିଲା ।

କୋଭିଡ ଗାଇଡଲାଇନ ଅନୁସାରେ ଥର୍ମାଲ ସ୍କ୍ରିନିଂ, ମାସ୍କ, ସାନିଟାଇଜର, ଓ ସାମାଜିକ ଦୂରତ୍ବକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ଲାନେଟୋରିଅମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି । ତେବେ ପ୍ଲାନେଟରିଅମ ସୋ ଯିବା ପାଇଁ ଆଗରୁ ଟିକେଟର ଯେଉଁ ଦର ରହିଥିଲା ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.