ETV Bharat / state

ଛୁଟିରେ ଗଲେ ଅମଲା କର୍ମଚାରୀ, ସରକାରୀ କାର୍ଯ୍ୟାଳୟରେ ସୃଷ୍ଟି ହେଲା ଅଚଳାବସ୍ଥା - ସରକାରୀ କାମ ଠପ୍

ସମୂହ ଛୁଟିରେ ଗଲେ କର୍ମଚାରୀ । ସରକାରୀ କାମ ଠପ୍ । କଳାବ୍ୟାଜ୍‌ ପରିଧାନ ପରେ ଆଜି ସମସ୍ତେ ସମୂହ ଛୁଟିରେ ଯାଇ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସରକାରୀ କାର୍ଯ୍ୟାଳୟରେ ସୃଷ୍ଟି ହେଲା ଅଚଳାବସ୍ଥା

author img

By

Published : Jun 1, 2023, 8:20 PM IST

ସରକାରୀ କାର୍ଯ୍ୟାଳୟରେ ସୃଷ୍ଟି ହେଲା ଅଚଳାବସ୍ଥା

ସମ୍ବଲପୁର: ଆଜିଠୁ ସମ୍ବଲପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ସାମୁହିକ ଛୁଟି ଘୋଷଣା କରାଯାଇଛି । ଅମଲା ସଂଘର ଶତାଧିକ ସଦସ୍ୟ ଅଫିସ ଛାଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ସମୂହ ଛୁଟିରେ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅମଲା ସଂଘ ସାମୁହିକ ଛୁଟିରେ ରହିବା ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ନିତି ଦିନିଆ କାର୍ଯ୍ୟ ଅଚଳ ହୋଇ ପଡ଼ିଛି ।

ସମ୍ବଲପୁର ଜିଲ୍ଲା ଅମଲା ସଂଘ ସାମୁହିକ ଛୁଟିରେ ରହିବା ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ନିତି ଦିନିଆ କାର୍ଯ୍ୟ ଠପ ହୋଇଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ, ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, DSW କାର୍ଯ୍ୟାଳୟ, ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟ ଆଦି ଗୁରୁତ୍ୱପୂର୍ଣ୍ଣ ଅଫିସଗୁଡିକରେ ସମସ୍ତ ସରକାରୀ ଫାଇଲ ପତ୍ର କାମ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

ଅମଲା ସଂଘର ସାମୁହିକ ଛୁଟି ଯୋଗୁଁ ଜାତିଗତ ପ୍ରମାଣପତ୍ର, ବାସିନ୍ଦା ସାର୍ଟିଫିକେଟ, ଇନ୍‌କମ୍‌ ସାର୍ଟିଫିକେଟ, ଜନ୍ମମୃତ୍ୟୁ ସାର୍ଟିଫିକେଟ, ଗାଡି ମଟର ବିକ୍ରି, ଜମି କିଣା ବିକା ଆଦି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି । ଅମଲା ସଙ୍ଘର ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ଖାଲି ପଡ଼ିଛି । ଦୂର ଦୁରାନ୍ତରୁ ଆସି ଲୋକେ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି ।

ସରକାରୀ କର୍ମଚାରୀଙ୍କ ଦାବି: ସରକାରୀ କର୍ମଚାରୀ କନିଷ୍ଠ ସହାୟକଙ୍କ ମୂଳ ଦରମା ଗ୍ରେଡ ପେ' 4200କୁ ବୃଦ୍ଧି ଅଥବା ଲେବେଲ-୯କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଗତ 22 ମେ'ରୁ 31 ପର୍ଯ୍ୟନ୍ତ କଳାବ୍ୟାଜ୍‌ ପରିଧାନ କରି ଦାବି କରିଥିବା ବେଳେ ସୁଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ଅମଲା ସଂଘ । ଜିଲ୍ଲା ଅମଲା ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ତେବେ ବାରମ୍ବାର ବିଚାରବିମର୍ଶ ଓ ଅନୁରୋଧ ପରେ ସରକାର ଗ୍ରେଡ ପେ' ବୃଦ୍ଧି ଦାବି ପୂରଣ ଦିଗରେ ଆନ୍ତରିକତା ଦେଖାଉନଥିବାରୁ ଅମଲା ସଂଘ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛି ବୋଲି ସଂଘ କର୍ମକର୍ତ୍ତା କହିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜନସାଧାରଣ ସହଯୋଗ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.