ETV Bharat / state

ପୋଷ୍ୟ ସ୍କୁଲରେ ସାମିଲ ହେଲା ସମ୍ବଲପୁର ବୁଢାରଜା ହାଇସ୍କୁଲ - ସମ୍ବଲପୁର ପୋଷ୍ୟ ସ୍କୁଲ୍

ସମ୍ବଲପୁର ବୁଢାରଜା ହାଇସ୍କୁଲକୁ ପୋଷ୍ୟ ସ୍କୁଲ୍ ଭାବେ ଗ୍ରହଣ କଲେ ବିଜେଡି ରାଜ୍ୟ ସମ୍ପାଦକ ତଥା ଯୁବନେତା ଶୈଲେସ ଦାନୀ । ଅଧିକ ପଢନ୍ତୁ....

ପୋଷ୍ୟ ସ୍କୁଲରେ ସାମିଲ ହେଲା ସମ୍ବଲପୁର ବୁଡାରଜା ହାଇସ୍କୁଲ

author img

By

Published : Feb 24, 2021, 10:41 PM IST

Updated : Feb 24, 2021, 11:09 PM IST

ସମ୍ବଲପୁର: ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆଜି(ବୁଧବାର) ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ହାଇସ୍କୁଲ ବୁଢାରଜା ହାଇସ୍କୁଲକୁ ସାମିଲ ହୋଇ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରାଯାଇଛି । ଏହି ସ୍କୁଲକୁ ପୋଷ୍ୟସ୍କୁଲ ଭାବରେ ଗ୍ରହଣ କରିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ତଥା ଯୁବନେତା ଶୈଲେସ ଦାନୀ । ଏନେଇ ସ୍କୁଲରେ ବିଶେଷ ସମାରୋହ ଆୟୋଜିତ ହେବା ସହ ଏହାର ଶୁଭାରମ୍ଭ ହୋଇ ଥିବାବେଳେ ଆଗକୁ ସ୍କୁଲକୁ ରାଜ୍ୟର ଏକ ପ୍ରମୁଖ ସ୍କୁଲରେ ପରିଣତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ପୋଷ୍ୟ ସ୍କୁଲରେ ସାମିଲ ହେଲା ସମ୍ବଲପୁର ବୁଢାରଜା ହାଇସ୍କୁଲ

ସମ୍ବଲପୁର ସହରର କେନ୍ଦ୍ରସ୍ଥଳୀରେ ଥିବା ବୁଢାରଜା ହାଇସ୍କୁଲର କାୟା ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । କାହିଁକି ନା ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରାଯାଇଛି । ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନରେ ପ୍ରେରିତ ହୋଇ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି ବିଜେଡି ଯୁବ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଶୈଲେସ ଦାନୀ । ବୁଢାରଜା ହାଇସ୍କୁଲ ସମ୍ବଲପୁର ଜିଲ୍ଲାର ଏକ ପ୍ରମୁଖ ହାଇସ୍କୁଲ ହୋଇ ଥିବାବେଳେ ସ୍କୁଲରେ ଉଚ୍ଚକୋଟୀର ଶିକ୍ଷାଦାନ କରାଯାଇଥାଏ । ତେବେ ମଧ୍ୟ ସ୍କୁଲରେ ଅନେକ ଅସୁବିଧା ରହି ଯାଉଛି, ଯାହାକୁ ସମାଧାନ କରିବା ସହ ସ୍କୁଲ ଭିତ୍ତିଭୂମିର ବିକାଶ କରିବାକୁ ଆଗେଇ ଆସିଛନ୍ତି ଯୁବନେତା ଶୌଲେସ ଦାନୀ ।

ବୁଢାରଜା ହାଇସ୍କୁଲକୁ ପୋଷ୍ୟସ୍କୁଲ ଭାବର ନେବା ପାଇଁ ଶୈଲସ ଦାନୀ ସରକାରଙ୍କ ଠାରୁ ଅନୁମତି ଲୋଡିଥିଲେ । ତେବେ ସରକାରୀ ସ୍ୱୀକୄତି ପାଇବା ପରେ ଆଜି ବିଧିବଦ୍ଧ ଭାବରେ ସେ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ହାତକୁ ନେଇଛନ୍ତି । ଆଗାମୀ ଦିନରେ ସ୍କୁଲର ସର୍ବାଙ୍ଗୀନ ବିକାଶ ସହ ସ୍କୁଲ ଆବଶ୍ୟକ କରୁଥିବା ସବୁ ବିଷୟ ଉପରେ ଧ୍ୟାନ ଦିଆଯାଇ ଏହି ସ୍କୁଲକୁ ରାଜ୍ୟର ଏକ ଆଦର୍ଶ ହାଇସ୍କୁଲ ଭାବରେ ପରିଣତ କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ସ୍କୁଲର ସବୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Feb 24, 2021, 11:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.