ETV Bharat / state

କଳା ବ୍ୟାଚ ପିନ୍ଧି କୁଚିଣ୍ଡା ଚାଷୀଙ୍କ ପ୍ରତିବାଦ - କୁଚିଣ୍ଡା ଉପଖଣ୍ଡର ଚାଷୀ

ଫସଲ ବୀମା ଯୋଜନାରେ ବୀମା ରାଶି ପ୍ରଦାନକୁ ନେଇ ସାଧାରଣତନ୍ତ୍ର ଦିବସରେ କୁଚିଣ୍ଡା ଉପଖଣ୍ଡର ଚାଷୀ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି ।

sambalpur black batch of farmers for bima yojana
କୁଚିଣ୍ଡା ଉପଖଣ୍ଡର ଚାଷୀଙ୍କ କଳା ବ୍ୟାଚ ପରିଧାନ କରି ପ୍ରତିବାଦ
author img

By

Published : Jan 26, 2020, 11:41 PM IST

ସମ୍ବଲପୁର: କଳା ବ୍ୟାଚ ପରିଧାନ କରି ଚାଷୀଙ୍କ ପ୍ରତିବାଦ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଚାଷୀ 2018 ବର୍ଷର ବୀମା ରାଶି ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ସାଧାରଣତନ୍ତ୍ର ଦିବସରେ ଚାଷୀମାନେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି।

କୁଚିଣ୍ଡା ଉପଖଣ୍ଡର ଚାଷୀଙ୍କ କଳା ବ୍ୟାଚ ପରିଧାନ କରି ପ୍ରତିବାଦ

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କ ୨୦୧୮ ଖରିଫ ଫସଲବୀମା ବକେୟା ରାଶି ଦାବିରେ କୁଚିଣ୍ଡା ଉପଖଣ୍ଡର ଚାଷୀ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ବେଳେ, ଗତ ୭ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନାର ପ୍ରତିଶୃତି ପରେ ମଧ୍ୟ ଚାଷୀ ଫସଲବୀମା ପାଇବା ପ୍ରତି ଭରଷା କରି ପାରୁନଥିବା ଜଣାଯାଇଛି । ଆଲୋଚନା ମୁତାବକ ୧୫ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ବୈଷୟିକ ରିପୋର୍ଟ ସର୍ବସାଧାରଣରେ ପ୍ରକାଶିତ କରି ୨୨ତାରିଖରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ବୀମା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଜିଲ୍ଳାପାଳ।

ତେବେ ପ୍ରତିଶୃତି ପାଳନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଆଜି କୁଚିଣ୍ଡା ଉପଖଣ୍ଡର ବାମରା, କୁଚିଣ୍ଡା ଓ ଜମନକିରା ବ୍ଳକରେ ୭୧ ତମ ସାଧରଣତନ୍ତ୍ର ଦିବସରେ କଳା ବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗକୁ ମଧ୍ୟ ଏହି ଭଳି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:କଳା ବ୍ୟାଚ ପରିଧାନ କରି ଚାଷୀଙ୍କ ପ୍ରତିବାଦ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଚାଷୀ ଙ୍କ 2018 ମସିହାର ବୀମା ରାଶି ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ଆଜି ସାଧାରଣ ତନ୍ତ୍ର ଦିବସ ଅବସରରେ ଚାଷୀମାନେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି।Body:ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କ ୨୦୧୮ ଖରିଫ ଫସଲବୀମା ବକେୟା ରାଶି ଦାବି ରେ କୁଚିଣ୍ଡା ଉପଖଣ୍ଡର ଚାଷୀ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ବେଳେ, ଗତ ୭ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ର ପ୍ରତିଶୃତି ପରେ ମଧ୍ୟ ଚାଷୀ ଫସଲବୀମା ପାଇବା ପ୍ରତି ଭରଷା କରି ପାରୁନଥିବା ଜଣାଯାଇଛି ।
ଆଲୋଚନା ମୁତାବକ ୧୫ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ବୈଷୟିକ ରିପୋର୍ଟ ସର୍ବସାଧାରଣ ରେ ପ୍ରକାଶିତ କରି ୨୨ତାରିଖ ରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ବୀମା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଜିଲ୍ଳାପାଳ।ତେବେ ପ୍ରତିଶୃତି ପାଳନ ହୋଇନଥିବାରୁ ଚାଷୀ ଅସନ୍ତୋଷ  ପ୍ରକାଶ କରି ଚାଷୀମାନେ ଆଜି କୁଚିଣ୍ଡା ଉପଖଣ୍ଡ ର ବାମରା, କୁଚିଣ୍ଡା ଓ ଜମନକିରା ବ୍ଳକ ରେ ୭୧ ତମ ସାଧରଣତନ୍ତ୍ର ଦିବସ ରେ କଳା ବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।Conclusion:ଆଗକୁ ମଧ୍ୟ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.