ETV Bharat / state

ରାମ ମନ୍ଦିର ଭୂମିପୂଜା: ସମ୍ବଲପୁର ବିଜେପି ପକ୍ଷରୁ 20 କୁଇଣ୍ଟାଲ ଲଡୁ ବଣ୍ଟନ

author img

By

Published : Aug 5, 2020, 9:21 PM IST

ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜା ଶେଷ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ପରେ ସମ୍ବଲପୁର ବିଜେପି ମହଲରେ ଖୁସିର ଲହରୀ ।

sambalpur bjp ditsrubuted sweets
ମିଠା ବାଣ୍ଟିଲା ସମ୍ବଲପୁର ବିଜେପି

ସମ୍ବଲପୁର: ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ପରେ ସମ୍ବଲପୁର ବିଜେପି ମହଲରେ ଖୁସିର ଲହରୀ । ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜା ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାରା ପ୍ରୟାଗରାଜ ରାମମୟ ହୋଇଥିଲା । ଚାରିଆଡେ ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହୋଇପଡ଼ିଥିଲା । 492 ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ହୋଇଛି ।

ରାମ ମନ୍ଦିର ଭୂମିପୂଜା: ମିଠା ବାଣ୍ଟିଲା ସମ୍ବଲପୁର ବିଜେପି

ଏହାକୁ ନେଇ ସାରା ଦେଶରେ ରାମ ଭକ୍ତ, ଆରଏସଏସ, ବିଶ୍ବ ହିନ୍ଦୁ ପରିଷଦ ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯିବା ପରେ ରାମ ଭକ୍ତମାନେ ଖୁସି ମନାଇଥିଲେ । ଏଥିପାଇଁ ସମ୍ବଲପୁର ସହରର ବିଜେପି, ବଜରଙ୍ଗ ଦଳ, ସମେତ ଅନ୍ୟାନ୍ୟ ସଂଗଠନ ତରଫରୁ ମିଠା ବଣ୍ଟନ କରାଯାଇଥିଲା ।

ବିଜେପି ସମ୍ବଲପୁର ପକ୍ଷରୁ ସହରର ସମସ୍ତ ମଣ୍ଡଳ ଗୁଡିକରେ ରାମ ମନ୍ଦିର ଶିଳାନ୍ୟାସ ରଖାଯିବା ପରେ ବିଜେପି କାର୍ଯ୍ୟକର୍ତ୍ତା ଲୋକଙ୍କୁ 20 କୁଇଣ୍ଟାଲ ଲଡୁ ବଣ୍ଟନ କରିଥିଲେ । ଏହାସହ ଏହି ଅବସରରେ ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ପାଇଁ ଜୀବନବ୍ୟାପୀ ସଂଗ୍ରାମ କରି ଆସିଥିବା ଵ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.