ETV Bharat / state

ନୂତନ ଜିଲ୍ଲା ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା - sambalpur bjd president feliciated

ସମ୍ବଲପୁରରେ ଶନିବାର ନବ ନିଯୁକ୍ତ ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ...

sambalpur bjd president sidharth das feliciated
ସମ୍ବଲପୁରରେ ନୂତନ ଜିଲ୍ଲା ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
author img

By

Published : Feb 29, 2020, 6:47 PM IST

ସମ୍ବଲପୁର: ନବ ନିଯୁକ୍ତ ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବଲପୁରରେ ଶନିବାର ସିଦ୍ଧାର୍ଥଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ସମ୍ବଲପୁରରେ ନୂତନ ଜିଲ୍ଲା ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସେ ଜିଲ୍ଲା ବିଜେଡି ସଭାପତି ଭାବେ ମନୋନିତ ହେବା ପରେ ଭୁବନେଶ୍ବରରେ ଥିଲେ। ତେବେ ଶନିବାର ସେ ପ୍ରଥମ ଥର ପାଇଁ ସମ୍ବଲପୁରକୁ ଜିଲ୍ଲା ବିଜେଡି ସଭାପତି ଭାବେ ଆସିବା ପରେ ତାଙ୍କୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଗତ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥଙ୍କୁ ଅବ୍ୟାହତି ଦିଆଗଲା ପରେ ଏହି ପଦବୀ ଖାଲି ରହିଥିଲା। ତେବେ ବର୍ତ୍ତମାନ ସିଦ୍ଧାର୍ଥ ଦାସଙ୍କୁ ଏହି ପଦବୀ ମିଳିବା ପରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ସମ୍ବଲପୁରରେ ବର୍ତ୍ତମାନ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଥିବାବେଳେ ଏହାକୁ କାଉଣ୍ଟର କରିବାକୁ ବିଜେଡି ଭିତରେ ଥିବା ଦଳୀୟ କନ୍ଦଳ ଦୂର କରି ଏକତ୍ରିତ ଭାବେ ଦଳକୁ ସଂଗଠିତ କରିବା ସିଦ୍ଧାର୍ଥଙ୍କ ପାଇଁ ବଡ଼ ଚେଲେଞ୍ଜ ହେବ।

ତେବେ ସମସ୍ତଙ୍କୁ ସାଥିରେ ନେଇ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ଆଗକୁ ବଢାଇବେ ବୋଲି କହିଛନ୍ତି ସିଦ୍ଧାର୍ଥ । ଶନିବାର ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ବହୁ ବିଜେଡି କାର୍ଯ୍ୟକର୍ତ୍ତା ଓ ନେତା ଏଥିରେ ସାମିଲ ହୋଇଥିବାବେଳେ ପୂବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ ଓ ପୂର୍ବତନ ବିଜେଡି ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ। ଆଉ ଏହା ଅନେକ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.