ETV Bharat / state

ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ’, ଅଜଣା ମୃତଦେହର କରେ ସଂସ୍କାର - voluntary organization

ଦୀର୍ଘଦିନରୁ ଅଜଣା ମୃତଦେହର ସଂସ୍କାର କରୁଥିବା ଏହି ଅନୁଷ୍ଠାନର ସଦସ୍ୟମାନେ 450ତମ ଦାହ ସଂସ୍କାର କରିଛନ୍ତି । ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ' ର ଏହି ମହତ କାର୍ଯ୍ୟକୁ ସହର ସାରା ପ୍ରଶଂସା କରାଯାଉଛି । ଅଧିକ ପଢନ୍ତୁ:

ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'
ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'
author img

By

Published : Nov 8, 2020, 7:31 PM IST

Updated : Nov 8, 2020, 8:48 PM IST

ସମ୍ବଲପୁର: ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ପ୍ରତ୍ୟେକ ମଣିଷ ଦିନେ ନା ଦିନେ ମୃତ୍ୟୁକୁ ପ୍ରାପ୍ତ ହେବେ । ତେବେ ମୃତ୍ୟୁ ପରେ ଅନେକ ସମୟରେ ସଂସ୍କାର କରିବାକୁ କେହି ସମ୍ପର୍କୀୟ ନଥାନ୍ତି । ଠିକ୍ ଏମିତି ଅଜଣା ମୃତଦେହଙ୍କ ସାଥୀ ହେଉଛି ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'।

ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'

ଦୀର୍ଘଦିନରୁ ଅଜଣା ମୃତଦେହ ଦାହ କରୁଥିବା ଏହି ଅନୁଷ୍ଠାନର ସଦସ୍ୟମାନେ 450ତମ ଅଜଣା ମୃତଦେହର ସତ୍କାର କରିଛନ୍ତି । ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ' ର ଏହି ମହତ କାର୍ଯ୍ୟକୁ ସହର ସାରା ପ୍ରଶଂସା କରାଯାଉଛି ।

ଏହି ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ସମ୍ବଲପୁର ରାଜଘାଟ ଶ୍ମଶାନ ଘାଟରେ 450 ତମ ଅଜଣା ମୃତଦେହର ଦାହ ସଂସ୍କାର କରିଛନ୍ତି । ଏହି ସଂଙ୍ଗଠନ ପକ୍ଷରୁ ଦୀର୍ଘବର୍ଷ ହେଲା ଅଜଣା ମୃତଦେହର ସତ୍କାର କରାଯାଉଛି । ତେବେ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟରେ ସମ୍ବଲପୁର ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ମୁଖାଗ୍ନି ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏଠାରେ ଆଇନଜୀବୀ ସତ୍ୟନାରାୟଣ ପଣ୍ଡା, ସରୋଜ କୁମାର ସାହୁ, ବିପିନ ବିହାରୀ ପଣ୍ଡା, ସୁବ୍ରତ କୁମାର ନାଥ, ଅବିନାଶ ମିଶ୍ର ତଥା ସମ୍ବଲପୁର ଅନୁଷ୍ଠାନର ସଭାପତି କାଳୀ ଦାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 8, 2020, 8:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.