ETV Bharat / state

ଦଶହରାରେ ଦର୍ଶନ ଦେବେନି ମା' ସମଲେଶ୍ୱରୀ, ଭକ୍ତ ନିରାଶ - ଦଶହରାରେ ଖୋଲିବନି ସମଲେଶ୍ୱରୀ ମନ୍ଦିର

ଦଶହରାରେ ବି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବନି ସମଲେଶ୍ବରୀ ମନ୍ଦିର । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସମ୍ବଲପୁର ଜିଲ୍ଲାପାଳ, ବରିଷ୍ଠ ନାଗରିକ ତଥା ସମଲେଶ୍ବରୀ ମନ୍ଦିର ପ୍ରଶାସନ ଓ ପୂଜକମାନଙ୍କୁ ନେଇ ହୋଇଥିବା ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦଶହରାରେ ଖୋଲିବନି ସମଲେଶ୍ୱରୀ ମନ୍ଦିର
ଦଶହରାରେ ଖୋଲିବନି ସମଲେଶ୍ୱରୀ ମନ୍ଦିର
author img

By

Published : Oct 12, 2020, 7:56 PM IST

ସମ୍ବଲପୁର: ଦଶହରାରେ ବି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବନି ସମଲେଶ୍ବରୀ ମନ୍ଦିର । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସମ୍ବଲପୁର ଜିଲ୍ଲାପାଳ, ବରିଷ୍ଠ ନାଗରିକ ତଥା ସମଲେଶ୍ବରୀ ମନ୍ଦିର ପ୍ରଶାସନ ଓ ପୂଜକମାନଙ୍କୁ ନେଇ ହୋଇଥିବା ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦଶହରାରେ ଖୋଲିବନି ସମଲେଶ୍ୱରୀ ମନ୍ଦିର

ତେବେ ମନ୍ଦିରରେ ପୂଜାର୍ଚ୍ଚନା ବିଧିପୂର୍ବକ ହେବ। ଦଶହରା ସମୟରେ ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦୀପ ଜାଳିବାକୁ ଚାହିଁବେ, ସେମାନେ ନିଜର ନାମ ଓ ଗୋତ୍ର ଦେଇ ପୂଜକମାନଙ୍କ ସହାୟତାରେ ସମଲେଶ୍ବରୀ ମନ୍ଦିରରେ ଦୀପ ପ୍ରଜ୍ଵଳନ କରିପାରିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ମନ୍ଦିର ଖୋଲା ଗଲେ ଭକ୍ତ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ବରିଷ୍ଠ ନାଗରିକମାନେ ମତ ରଖିଛନ୍ତି।

ତେଣୁ ନଭେମ୍ବର ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସର୍ବ ସମ୍ମତି କ୍ରମେ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ମନ୍ଦିର ଖୋଲିବା ନେଇ ପୁଣି ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.