ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଶନିବାର ରାଜ ରାଜେଶ୍ୱରୀ ବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ କୁମାର ପୂର୍ଣ୍ଣିମା ତିଥିରେ ମା'ଙ୍କର ଏହି ସୁନ୍ଦର ବେଶ କରାଯାଇଥାଏ ।
ମା' ଙ୍କୁ ଏହି ବେଶରେ ଦର୍ଶନ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଏହି ସୁନ୍ଦର ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।
ଶନିବାର ସକାଳୁ ମନ୍ଦିରରେ ବିଶେଷ ରୀତିନୀତି ସହ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ସୁନା, ରୂପା ଅଳଙ୍କାରରେ ମା' ସମଲେଶ୍ବରୀଙ୍କ ରାଜ ରାଜେଶ୍ୱରୀ ବେଶ କରାଯାଇଛି । କାଲିଠାରୁ ଆସନ୍ତା ମହାଳୟା ପର୍ଯ୍ୟନ୍ତ ମା' ସମଲେଶ୍ବରୀ କେବଳ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ଏହି ସମୟ ମଧ୍ୟରେ ସମଲେଶ୍ବରୀଙ୍କ ଆଉ କୌଣସି ବିଶେଷ ବେଶ କରାଯାଏ ନାହିଁ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ