ETV Bharat / state

ଥରେ ଖାଇଲେ ପାଟିରୁ ଛାଡ଼ିବନି, ବର୍ଷା ଦିନେ ବଜାରରେ ରୁଗୁଡା ଛତୁର ରାଜ୍‌ - ବର୍ଷା ଦିନରେ ରୁଗୁଡା ଛତୁର ଚାହିଦା

ସମ୍ବଲପୁରରେ ରୁଗୁଡା ଛତୁର ଚାହିଦା। ବଜାରରେ କିଲୋ ପ୍ରତି ବିକ୍ରି ହେଉଛି 1600 ଟଙ୍କା। ଏହାକୁ ବିକ୍ରି କରି ଲାଭବାନ ବ୍ୟବସାୟୀ । ଅଧିକ ପଢନ୍ତୁ

Ruguda forest mushroom
Ruguda forest mushroom
author img

By

Published : Jul 27, 2023, 3:59 PM IST

Updated : Jul 28, 2023, 11:50 AM IST

ବର୍ଷା ଦିନେ ବଜାରରେ ରୁଗୁଡା ଛତୁର ରାଜ୍‌

ସମ୍ବଲପୁର: ପାଟିକୁ ସୁଆଦିଆ ଓ ଦେହ ପାଇଁ ହିତକର ହେଉଛି ଛତୁ । ଏଥିରେ ଭରି ରହିଛି ଅନେକ ପୋଷକ ତତ୍ତ୍ବ, ଯାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଆମିଷ ଖାଉନଥିଲା ଲୋକେ ଛତୁ ଟିକେ ଅଧିକ ଭଲ ପାଆନ୍ତି । ସବୁ ଋତୁରେ ବଜାରରେ ଛତୁ ମିଳୁଥିଲେ ବି ବର୍ଷା ଋତୁରେ ଏହାର ଚାହିଦା ଢେର ଅଧିକ । ବିଶେଷ କରି ସମ୍ବଲପୁର ବଜାରରେ ମିଳୁଥିବା ରୁଗୁଡା ଛତୁର ମଜା ତ ନିଆରା । ଏହା ଦେଖିବାକୁ ଗୋଲ ଗୋଲ ହୋଇଥିବା ବେଳେ ଏହା ଏକ ପ୍ରକାର ଜଙ୍ଗଲୀ ଛତୁ । ବର୍ଷା ଦିନରେ ଘଞ୍ଚ ଜଙ୍ଗଲ ଭିତରେ ମାଟି ଭିତରେ ଫୁଟିଥାଏ ଏହି ଛତୁ l ଏହା ସୁଆଦିଆ ହେବା ସହ ପୌଷ୍ଟିକ ହୋଇଥିବା ବେଳେ ବର୍ଷା ଦିନେ ଏହାର ଚାହିଦା କାହିଁରେ କଣ l

ଛତୁ କିଲୋ 1600 ଟଙ୍କା !

ରୁଗୁଡା ଛତୁର ଦାମ କିଲୋପ୍ରତି 300 ରୁ 400 ଟଙ୍କା । ଏହି ଛତୁର ଛତୁର ଚୋପା ମଧ୍ୟ ଥାଏ, ଆଉ ଚୋପା ଛଡାଇ ଏହାକୁ ବିକ୍ରି କଲେ ଏହାର ଦାମ କିଲୋ ପ୍ରାୟ 1600ରୁ 2000 ଟଙ୍କା । ଏହି ଛତୁର ବିଶେଷତ୍ୱ ହେଲା ଏହା କେବଳ ଆଷାଢ ଓ ଶ୍ରାବଣ ମାସରେ ଜଙ୍ଗଲ ଭିତରେ ମାଟି ତଳେ ଫୁଟିଥାଏ । ବର୍ଷା ହେଲେ ଏହା ବେଶୀ ମାତ୍ରାରେ ଫୁଟିଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି । ବର୍ତ୍ତମାନ ଏହାର ପସରା ସମ୍ବଲପୁର ସହରର ରାସ୍ତା କଡରେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଥିବା ବେଳେ ଏହାର ଖୁବ ଚାହିଦା ରହିଛି । ସମ୍ବଲପୁର ଜିଲ୍ଲାର ଜୁଜୁମୁରା, ମାନେଶ୍ଵର ଅଞ୍ଚଳର ଗ୍ରାମାଞ୍ଚଳର ମହିଳାମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ସମ୍ବଲପୁର ସହରକୁ ଆଣନ୍ତି । ସକାଳ 7ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଏହା ଉପଲବ୍ଧ ହୋଇଥାଏ । ବିଶେଷ କରି ଲକ୍ଷ୍ମୀ ଟକିଜ୍‌ ଅଞ୍ଚଳରେ ଏହା ଉପଲବ୍ଧ ହୋଇଥାଏ । ଲୋକମାନେ ମଧ୍ୟ ଏହାକୁ ଅତି ଆଦରର ସହ କିଣୁଥିବା ଦେଖିବାକୁ ମିଳୁଛି ।
ଏହା ମଧ୍ୟ ପଢନ୍ତୁ-Watch Video: ବିରଳ ପ୍ରଜାତିର ବିରାଟକାୟ ଛତୁ ଠାବ, ଓଜନ ପାଖାପାଖି 10KG

ବର୍ଷକରେ ମାତ୍ରା 2 ମାସ ଉପଲବ୍ଧ ରୁଗୁଡ଼ା ଛତୁ

ତେବେ ବର୍ଷକରେ ମାତ୍ରା 2 ମାସ ପାଇଁ ଉପଲବ୍ଧ ହେଉଥିବା ଏହି ଛତୁର ଚାହିଦା ବର୍ତ୍ତମାନ ବହୁତ ରହିଥିବା ବେଳେ ଉପାନ୍ତ ତଥା ଜଙ୍ଗଲ ଅଞ୍ଚଳରେ ରହୁଥିବା ଗରିବ ଲୋକେ ଏହାଦ୍ୱାରା ଭଲ ଦି ପଇସା ରୋଜଗାର କରୁଛନ୍ତି । ପ୍ରକୃତିରୁ ମିଳୁଥିବା ଏହି ଛତୁକୁ କିଣିବାକୁ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ଏହା ବେଶ ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ ।

ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, "ବର୍ଷା ସମୟରେ ଏହି ଛତୁ ଜଙ୍ଗଲରେ ଫୁଟିଥାଏ । ଏହା ଅତ୍ୟନ୍ତ ସ୍ବାଦିଷ୍ଟ । ଏହାକୁ ପଶ୍ଚିମ ଓଡିଶାରେ ରୁଗୁଡା ଛତୁ କୁହାଯାଏ । ଏହାର କେଜି ପ୍ରତି 300 ବିକ୍ରି ହେଉଛି । ଚୋପା ଛଡ଼ାଇ ବିକ୍ରି କଲେ 250 ଗ୍ରାମକୁ 400 ଟଙ୍କାରେ ବିକ୍ରି କରାଯାଉଛି ।"

ଇଟିଭି ଭାରତ, ସମ୍ବଲପୁର

Last Updated : Jul 28, 2023, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.