ETV Bharat / state

ବ୍ୟବସାୟୀଙ୍କ ଡିକିରୁ 11 ଲକ୍ଷ ଲୁଟ ଘଟଣା, ମହିଳା ଅଭିଯୁକ୍ତ ଗିରଫ - ଲୁଟ ଘଟଣାରେ ଜଣେ ମହିଳା ଗିରଫ

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୁଦିପଡା ଅଞ୍ଚଳରୁ ବ୍ୟବସାୟୀଙ୍କ ଡିକିରୁ ୧୧ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ମହିଳା ଗିରଫ । ଅଧିକ ପଢ଼ନ୍ତୁ

robbery case in sambalpur accused arrested by police
ବ୍ୟବସାୟୀଙ୍କ ଡିକିରୁ 11 ଲକ୍ଷ ଲୁଟ ଘଟଣା, ମହିଳା ଅଭିଯୁକ୍ତ ଗିରଫ
author img

By

Published : Oct 19, 2022, 8:54 AM IST

ସମ୍ବଲପୁର: ଟାଉନ ଥାନା ଅନ୍ତର୍ଗତ ମୁଦିପଡା ଅଞ୍ଚଳରୁ ୧୧ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳା ଜଣକ ଗଞ୍ଜାମ ଜିଲ୍ଲା ଆସ୍କାର ଏମ. ଲିଲି ବୋଲି ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି । ଲୁଟ ଘଟଣାରେ ମହିଳାଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ କହିଛି ।

ବ୍ୟବସାୟୀଙ୍କ ଡିକିରୁ 11 ଲକ୍ଷ ଲୁଟ ଘଟଣା

ସୂଚନା ଅନୁଯାୟୀ, ଏମଡି ଜିସାନ ଜଣେ ନାମକ ବ୍ୟକ୍ତି ମୁଦିପଡା ଛକ ନିକଟରେ ଏକ ଏସି ଓ ରେଫ୍ରିଜେରେଟର ରିପ୍ୟାରିଂ ଦୋକାନ କରିଛନ୍ତି । ତେବେ ଗତ 11 ତାରିଖରେ ସେ ବ୍ୟାଙ୍କରୁ ଟଙ୍କା ବାହାର କରି ନିଜ ବାଇକ ଡିକିରେ 11 ଲକ୍ଷ ଟଙ୍କା ଧରି ଦୋକାନ ସଟର ଖୋଲୁଥିଲେ । ସେତେବେଳେ ୨ ଜଣ ଲୁଟେରା ଏକ ଆପାଚି ବାଇକ ସାହାଯ୍ୟରେ ଆସି ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ କରି ସମ୍ବଲପୁର ପୋଲିସ ଲୁଟେରାଙ୍କ ଘରକୁ ଯାଇ ଏମ. ଲିଲିଙ୍କୁ ଗିରଫ କରିଛି । ଲୁଟ ହୋଇଥିବା ୧୧ ଲକ୍ଷ ଟଙ୍କାରୁ ମହିଳାଙ୍କ ଘରୁ ୯ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଗିରଫ ମହିଳା ଜଣକ ଟଙ୍କା ଲୁଟ କରିଥିବା ୨ ଅଭିଯୁକ୍ତଙ୍କ ମା' ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.