ETV Bharat / state

ସମ୍ବଲପୁରରେ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ - ସମ୍ବଲପୁର ଡକାୟତି

ଜିଲ୍ଲାରେ ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ 6 ଜଣଙ୍କୁ ଧରିଲା ପୋଲିସ। ଆଗାମୀ ଦିନରେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବା ନେଇ କହିଛି ପୋଲିସ। ଅଧିକ ପଢନ୍ତୁ...

ସମ୍ବଲପୁର ସହରରେ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ

author img

By

Published : Oct 25, 2020, 2:07 PM IST

ସମ୍ବଲପୁର: ପାର୍ବଣ ସମୟରେ ଗତ 2 ଦିନ ହେଲା କରାଯାଇଥିବା ସ୍ବତନ୍ତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ବେଳେ ସହରର ବିଭିନ୍ନ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଟାଉନ ଥାନା ଅଞ୍ଚଳରେ ରିତିକ କୁମ୍ଭାର, ମନିଷ ବାଗ, ଇରଫାନ ଖାନ ଓ ଲକ୍ଷ୍ମୀ ନାରାୟଣ ସାହୁ ନାମକ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ପୋଲିସ ଭୁଜାଲି, ଛୁରା, ଲୁହା ରଡ, ଟର୍ଚ୍ଚ ଲାଇଟ, ଗାମୁଛା ଆଦି ସାମଗ୍ରୀ ଜବତ କରିଛି। ଏ ନେଇ ଧନୁପାଲି ପୋଲିସ ଏକ ମାମଲା ରୁଜୁ କରିଛି।

ତେବେ ଚଢାଉ ସମୟରେ ଅନ୍ଧକାରର ସୁଯୋଗ ନେଇ ସେମାନଙ୍କର ଅନ୍ୟ ସହଯୋଗୀ ମାନେ ଫେରାର ହୋଇଯାଇଛନ୍ତି।

ସମ୍ବଲପୁର ସହରରେ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ
ସମ୍ବଲପୁର ସହରରେ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ

ସେହିପରି ଧନୁପାଲି ଥାନା ଅନ୍ତର୍ଗତ ଡିଅର ପାର୍କ ଅଞ୍ଚଳରେ ୬ ଜଣ ଦୁର୍ବୃତ୍ତ ଡକାୟତି କରିବାର ଯୋଜନା ସମ୍ପର୍କରେ ଖବରପାଇ ଧନୁପାଲି ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ପୋଲିସକୁ ଦେଖି ୪ ଜଣ ଫେରାର ମାରିଥିବା ବେଳେ ମୋତିଝରନ ନିବାସୀ ୨ ଜଣ ମହମ୍ମଦ ୟସୁଫ ଓ ଶେଖ ଗୋସୁଙ୍କୁ ପୋଲିସ ଧରିଥିଲା।

ତେବେ ଆଗାମୀ ଦିନରେ ମଧ୍ୟ ଅପରାଧୀ ମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସମ୍ବଲପୁର ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.