ETV Bharat / state

ହୀରାକୁଦ ଡ୍ୟାମରେ ପର୍ଯ୍ୟଟକଙ୍କୁ କରୁଥିଲେ ଟାର୍ଗେଟ, 5 ଡକାୟତଙ୍କୁ ବାନ୍ଧିଲା ପୋଲିସ - ଡକାୟତ ଙ୍କୁ ଧରିଲା ବୁର୍ଲା ପୋଲିସ

ବୁର୍ଲା ପୋଲିସ 5 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସମ୍ବଲପୁର ହୀରାକୁଦ ଡ୍ୟାମର ବୁର୍ଲା ରାଇଟ ଡାଇକ ଅଞ୍ଚଳରେ କୌଣସି ପର୍ଯ୍ୟଟକଙ୍କୁ ଏକା ପାଇଲେ ତାଙ୍କୁ ମାଡ଼ପିଟ କରି ଧମକ ଦେଇ ମୋବାଇଲ,ଟଙ୍କା,ସୁନା,କ୍ୟାମେରା ଲୁଟି ନେଉଥିଲେ ବୋଲି ଅଭିଯୋଗ ହୋଇଛି ।ଅଧିକ ପଢନ୍ତୁ

robbers arrested by burla police
ହୀରାକୁଦ ଡ୍ୟାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରୁଥିବା 5 ଡକାୟତଙ୍କୁ ଧରିଲା ବୁର୍ଲା ପୋଲିସ
author img

By

Published : Jun 26, 2022, 1:32 PM IST

ସମ୍ବଲପୁର: ସମ୍ବଲପୁର ବୁର୍ଲା ପୋଲିସକୁ ସଫଳତା । ସମ୍ବଲପୁର ବୁର୍ଲା ପୋଲିସ 5 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଏହି ଡକାୟତମାନେ ମୁଖ୍ୟତଃ ସମ୍ବଲପୁର ହୀରାକୁଦ ଡ୍ୟାମର ବୁର୍ଲା ରାଇଟ ଡାଇକ ଅଞ୍ଚଳରେ ଆତଙ୍କ ଖେଳେଇ ଥିଲେ । ଏହି ଡକାୟତମାନେ ମୁଖ୍ୟତଃ ହୀରାକୁଦ ଡ୍ୟାମ ରାଇଟ ଡାଇକ ଅଞ୍ଚଳରେ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ମାନଙ୍କୁ ଟାର୍ଗେଟ କରୁଥିଲେ । ବାଇକରେ ନକଲି ନମ୍ବର ପ୍ଲେଟ ଲଗାଇ କରୁଥିଲେ ଡକାୟତି ଓ ଦେବରିଗଡ଼ ଅଭୟାରଣ୍ୟ ରାସ୍ତା ଦେଇ ବୁର୍ଲା ପୋଲିସର ସୀମା ବାହାରକୁ ବରଗଡ଼ ଜିଲ୍ଲାକୁ ପଳାଉଥିଲେ ।

କୌଣସି ପର୍ଯ୍ୟଟକଙ୍କୁ ଏକା ପାଇଲେ ତାଙ୍କୁ ମାଡ଼ ପିଟ କରି ଧମକ ଦେଇ ମୋବାଇଲ ,ଟଙ୍କା ,ସୁନା ,କ୍ୟାମେରା ଲୁଟି ନେଉଥିଲେ ବୋଲି ଅଭିଯୋଗ ହୋଇଛି । ଗିରଫ ଡକାୟତମାନେ ହେଲେ ବରଗଡ଼ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ ପାହାଡ଼ସିରଗିଡା ଅଞ୍ଚଳର ମାନସ କୁମାର ପଣ୍ଡା, ଯୁଗଳ କିଶୋର ସାହୁ,ଜିତୁ ପ୍ରଧାନ, ବଣ୍ଟି ମେହେର ଓ ତୁଷାର ବଲ୍ଳଭ ରାଉତିଆ । ଏମାନଙ୍କ ଠାରୁ 2 ଟି ବାଇକ,7ଟି ମୋବାଇଲ, ଗୋଟିଏ ରେଂଚି, ଗୋଟିଏ ପେପର କଟର ଛୁରୀ,ଗୋଟିଏ ନକଲି ନମ୍ବର ପ୍ଲେଟ ଜବତ ହୋଇଛି ।

ଗତ 23 ତାରିଖରେ ରାଇଟ ଡାଇକ ଅଞ୍ଚଳରୁ ଏହି ଡକାୟତ ମାନେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡା ଅଞ୍ଚଳର ମହମ୍ମଦ ଇର୍ଷାଦ ନାମକ ଜଣେ ଯୁବକଙ୍କ ଠାରୁ ରାଇଟ ଡାଇକ ଅଞ୍ଚଳରେ ମାଡ଼ପିଟ କରିବା ସହ 2 ଟି ମୋବାଇଲ ଲୁଟି ନେଇଥିଲେ। ଏନେଇ ବୁର୍ଲା ଥାନାରେ ଅଭିଯୋଗ ଆସିବା ପରେ ପୋଲିସ ସିସିଟିଭିର ସହାୟତା ଓ ବିଭିନ୍ନ ସୂତ୍ରରୁ ଖବର ପାଇ ଡ଼କାୟତଙ୍କୁ ଗିରଫ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.